ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

ରାଉରକେଲା: ଦୀପିକା ଇସ୍ପାତ ଶିକ୍ଷା ସଦନ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ କାଳଜୟୀ କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ଶିକ୍ଷା ସଦନ ପରିସରରେ ପାଳିତ ହୋଇଯାଇଛି। ଶିକ୍ଷା ସଦନର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଭାପତିତ୍ଵ ଶିକ୍ଷୟିତ୍ରୀ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର କଥାଶିଳ୍ପୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କହିଲେ ଯେ ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗ ସ୍ରଷ୍ଟା । ସେ ଜଙ୍ଗଲର ଆଦିବାସୀଙ୍କ ଜୀବନକୁ ଗଭୀର ଭାବେ ଅଧୟନ କରିଥିଲେ। ସେମାନଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା ପରଜା, ଅମୃତର ସନ୍ତାନ,ଦାଦି ବୁଢା ଭଳି କାଳଜୟୀ ଉପନ୍ୟାସ । ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ୟକ୍ତି କେନ୍ଦ୍ରୀକ ବିଚାର ଓ ସମାଜବାଦୀ ବିଚାର ମାଧ୍ୟମରେ ସମନ୍ୱୟ ଆଣିଥିଲେ ବୋଲି ମତ ରଖିଥିଲେ । ସଭାପତି ଶ୍ରୀମତୀ ଲେଙ୍କା ତାଙ୍କ ଅଭିଭାଷଣରେ କହିଲେ ଯେ ଗୋପୀନାଥ ମହାନ୍ତିଙ୍କ ଲେଖନୀରେ ସୃଷ୍ଟି ହୋଇଛି ହରିଜନ, ଦାନାପାଣି,ଲୟ ବିଲୟ,ମାଟି ମଟାଳ ଆଦି କାଳଜୟୀ ଉପନ୍ୟାସ । ତାଙ୍କ ରଚନାରେ ଛାଡି ଯାଇଛନ୍ତି ବଳିଷ୍ଠ ସ୍ଵାକ୍ଷର । ବିଦ୍ୟାଳୟର ଛାତ୍ରୀ ସୁନିଧି ବାଗ,ଶୁଚିସ୍ମିତା ଶତପଥୀ, ଦୀପାଞ୍ଜଳୀ ସାହାରେ ଗୋପୀନାଥଙ୍କ ଜୀବନ ଦର୍ଶନ ଉପରେ କ୍ଷୁଦ୍ର ନିବନ୍ଧ ପାଠକରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂଦୀପ ପାଢୀ, ପ୍ରିୟଙ୍କା ମହାରଣା, ପ୍ରଭାତୀ ଦାଣ୍ଡିଆ, ସରୋଜିନୀ ନାୟକ,ନିଲିମା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ସହ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ବିଦ୍ୟାଳୟ ମାନଙ୍କରେ ଓଡିଶାର ବରପୁତ୍ର ମାନଙ୍କର ଜୟନ୍ତୀ ଓ ସ୍ତୃତିସଭା ହେବା ଦ୍ଵାରା ଛାତ୍ରଛତ୍ରୀ ମାନେ ଓଡିଶାର ଇତିହାସ, ସାହିତ୍ୟ, ସଂସ୍କୃତି ସଂପର୍କରେ ଜ୍ଞାନ ଅର୍ଜନ କରିପାରୁଛନ୍ତି। ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିବିଏସଇ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିଲେ ଆଦିବାସୀ ଝିଅ ତନ୍ମୟୀ 

Sunil Chandra Nayak

ବନ୍ଦ ସ୍କୁଲ ଭିତରେ ଶହ ଶହ କ୍ୱିଣ୍ଟାଲ ମାଣ୍ଡିଆ ଗଚ୍ଛିତ, ମଣ୍ଡି ବାହାନାରେ ଚାଲିଛି କି ଦଲାଲଙ୍କ ମସୁଧା

Sunil Chandra Nayak

ନବରଙ୍ଗପୁରରେ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ: ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!