ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

ମହିଳା ସଂରକ୍ଷଣ ବିଲ୍‌ କାଟ୍ ଖାଇବା ପ୍ରସଙ୍ଗରେ ଜିଲ୍ଲାସ୍ତରରେ ପ୍ରତିବାଦ କରିବେ ମହିଳା ,୨୪ ଓ ୨୫ରେ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମହିଳା ଆକ୍ରୋଶ ସମ୍ମିଳନୀ : ଡା.ଐଶ୍ଚର୍ଯ୍ୟା ବିଶ୍ଵାଳ

> ରାଜ୍ୟର ପ୍ରତ୍ୟେକ ସାଂଗଠାନିକ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ଵ ମହିଳା ସାମିଲ ହେବେ
> ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ
> ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା”ରେ ସାମିଲ ଥିବା ଭଉଣୀମାନଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭୁବନେଶ୍ୱର,(ଲିପିକା ରାଣୀ ରାଉତ)ତା.୨୩/୦୪ : ନାରୀଶକ୍ତି ବନ୍ଦନ ଅଧୁନିୟମକୁ ସଂସଦରେ ପାରିତ କରିବାରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀମାନେ ପ୍ରତିବନ୍ଧକ ସାଜିଥିଲେ । ସେମାନେ ଏହି ବିଲ୍ ବିରୋଧରେ ଭୋଟିଂ ଦେଇ ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ଚାହୁଁ ନଥିବା ସ୍ପଷ୍ଟ କରିଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ସାତ ଦଶନ୍ଧୀ ପରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହି ଅଧୁନିୟମ ଆଣିଥିଲେ । ପୁରଷ ଓ ମହିଳାମାନଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି ଅଧୁନିୟମ ଏକାନ୍ତ ଆବଶ୍ୟକ ଥିଲା। ମାତ୍ର ଏହି ଅଧୁନିୟମକୁ ବିରୋଧୀମାନେ ସଂସଦରେ ପାରିତ କରିବାକୁ ଦେଇ ନଥିଲେ । ଏଥିଯୋଗୁ ଏବେ ସେମାନେ ଦେଶର ମହିଳମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେବଳ ମହିଳା ନୁହରି ମହିଳା ସଶକ୍ତାକରଣରେ ବିଶ୍ଵାସ ରଖୁଥିବା ଅନେକ ପୁରଷମାନେ ମଧ୍ୟ ଏହି ଆକ୍ରୋଶକୁ ସମର୍ଥନ କରୁଛନ୍ତି ।

ମହିଳାମାନଙ୍କ ଆକ୍ରୋଶକୁ ସମ୍ମାନ ଓ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଶାଳ “ଜନ ଆକ୍ରୋଶ ମହିଳା ପଦ ଯାତ୍ରା” ଆୟୋଜନ କରାଯାଇଥିଲା । ଏଥିରେ ସମାଜର ପ୍ରତ୍ୟେକ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ବ ମହିଳା ସାମିଲ ହୋଇ ପଥପ୍ରାନ୍ତ ସଭା କରିବା ସହ ବିରୋଧୀ ନେତାଙ୍କ କୁଶପୂଳିକା ଦାହ କରିଥିଲେ । ନିଜ ଅଧିକାର ପାଇଁ ଆଗକୁ ଆସି ଏହି “ଜନ ଆକ୍ରୋଶ ମହିଳା ପଦ ଯାତ୍ରା”ରେ ସାମିଲ ହୋଇଥିବା ସମସ୍ତ ଭଉଣୀମାନଙ୍କୁ ଧନ୍ୟବାଦ । ସେହିପରି ଏପ୍ରିଲ ୨୪ ଓ ୨୫ ତାରିଖ ଦିନ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ଚର୍ଯ୍ୟା ବିଶ୍ଵାଳ କହିଛନ୍ତି ।

ଡା. ବିଶ୍ଵାଳ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧ୍ୱନିମୟ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୂତ କରୁଥିଲା । ମାତ୍ର ବିରୋଧୀ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକର ମହିଳା ବିରୋଧୀ ଆଭିମୂଖ୍ୟ ଯୋଗୁ ଏହି ବିଲ୍ ଆଗତ ହୋଇପାରି ନ ଥିଲା। ତଥ୍ୟ ଅନୁସାରେ ଲୋକସଭାରେ ଏବେ ମାତ୍ର ୧୪% ମହିଳା ଥିଲାବେଳେ ଦେଶର ୧୮ଟି ରାଜ୍ୟରେ ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତରୁ କମ୍ ରହିଛି । କେତୋଟି ରାଜ୍ୟରେ ଏହି ସଂଖ୍ୟା ଶୂନ ମଧ୍ଯ ରହିଛି । କଂଗ୍ରେସ ସରକାର ଅମଳରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର ମୋଦିଜୀଙ୍କ ନେତୃତ୍ବରେ ଆଜି ସବୁ କ୍ଷେତ୍ରରେ ମହିଳାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଉଡାଜାହାଳରୁ ସେନାବାହିନୀ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ସେମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏହି ଅଧୁନିୟମ ଆଣିଥିଲେ । ମାତ୍ର ମହିଳାମାନଙ୍କୁ ଅଧିକାରରୁ ବଂଚିତ କରିବା ପାଇଁ ସଂସଦରେ ଏହି ଅଧୁନିୟମ ବିରୋଧରେ କଂଗ୍ରେସ ସମେତ ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ଓ ଆମ ଆଦମୀ ପାର୍ଟି ପ୍ରମୁଖ ଭୋଟ ଦେଇଥିବାବେଳେ ବିଜେଡି ସେମାନଙ୍କୁ ସମର୍ଥନ ଜଣାଇଥିଲା । ଏହି ବିରୋଧୀମାନେ ମହିଳାମାନଙ୍କ ଉନ୍ନତି ଓ ପ୍ରଗତି ଚାହୁଁ ନ ଥିବା ଦେଶବାସୀ ଜାଣିସାରିଲେଣି । ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେ ନାହିଁ । ଏନେଇ ପାର୍ଲିଆମେଟରୁ ପଂଚାୟତ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟର ପ୍ରତ୍ୟେଳ ସାଙ୍ଗଠାନିକ ଜିଲ୍ଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଆୟୋଜନ କରାଯାଇ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଚେହେରାକୁ ଲୋକଲୋଚନକୁ ଅଣାଯିବ । ଏଥିରେ ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ୫ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗଦେଇ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡିକ ଦ୍ବାରା ମହିଳାମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦ କରିବେ । ମହିଳାମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଜିଲ୍ଲାରୁ ମଣ୍ଡଳ ଓ ବୁଥସ୍ତର ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖୁବ । ରାଜ୍ୟର ପ୍ରତି ସାଂଗଠାନିକ ଜିଲ୍ଲାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ମହିଳମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ଡା. ବିଶ୍ଵାଳ ଅନୁରୋଧ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସମ୍ପାଦିକା ଶ୍ରୀମତୀ ନିୟତି ଗିରି, ପୂର୍ବଚନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Sunil Chandra Nayak

ନବୀନ ପଟ୍ଟନାୟକ ଙ୍କୁ ଭେଟିଲେ ବିଜେଡି ର ଯାଜପୁର ବିଧାୟକ ଓ ନେତୃବୃନ୍ଦ

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

masiha

Leave a Comment

error: Content is protected !!