ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

ବିଳମ୍ବ ରେ ଜଙ୍ଗଲ ବିଭାଗ କର୍ମଚାରୀ ଆସିବା ନେଇ ଅସନ୍ତୋଷ…

ଧର୍ମଗଡ ବନାଞ୍ଚଳ ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋକସରା ବ୍ଲକ ଟେମରା ପଞ୍ଚାୟତ ଖୁର୍ସେଲଗୁଡା ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରେ ଗୁରୁବାର ସନ୍ଧ୍ୟାରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଖୁର୍ସେଲଗୁଡା ର ସଚେତନ ଯୁବକ ଯୁବକ ଲିଙ୍ଗରାଜ ଳଦୁଆ, ଯଦୁମଣି ବାଗ, କୈଳାସ ବେହେରା ଏନେଇ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କୁ ଫୋନ କରି ସୂଚନା ଦେବା ସତ୍ତ୍ୱେ ମଧ୍ୟ ଦୀର୍ଘ ସମୟ ଧରି କୌଣସି ବିଭାଗୀୟ କର୍ମଚାରୀ ନ ଆସିବାରୁ କୋକସରା ଅଗ୍ନିଶମ ବିଭାଗ କୁ ଜଙ୍ଗଲ ରେ ନିଆଁ ଲାଗିଥିବା ନେଇ ସୂଚନା ଦେଇଥିଲେ।ଖବର ପାଇ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ନିଆଁ ଲାଗିଥିବା ଜଙ୍ଗଲ ରେ ପହଞ୍ଚି ଦିର୍ଘ ସମୟ ଧରି ଅନବରତ ଚେଷ୍ଟା କରି ଜଙ୍ଗଲ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ ଜଙ୍ଗଲ ର ନିଆଁ ଲିଭିବା ପରେ ଫରେଷ୍ଟ ବିଭାଗୀୟ କର୍ମଚାରୀ ପହଞ୍ଚି ଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ରେ ଅଛନ୍ତି ସେମାନେ ଜଙ୍ଗଲ ର ସୁରକ୍ଷା ବଦଳରେ କଣ କରୁଛନ୍ତି। ସ୍ଥାନୀୟ ଗ୍ରାମବାସୀ ଙ୍କ ସୂଚନା ପରେ ମଧ୍ୟ ଘଟଣାସ୍ଥଳରେ ବିଳମ୍ବ ରେ ପହଞ୍ଚିଥିବା ସେମାନଙ୍କ ଅବହେଳା ଓ ଦାୟିତ୍ୱ ହୀନତା କୁ ପ୍ରମାଣିତ କରୁଛି ବୋଳି ସାଧାରଣ ରେ ଚର୍ଚ୍ଚା ହେଉଛି। ଏନେଇ ବେହେରା ଫରେଷ୍ଟର ରାଜେନ୍ଦ୍ର ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିବା ମୁଁ ଫରେଷ୍ଟ ଟିମ କୁ ପଠାଇଛି କର୍ମଚାରୀ ମାନେ ପହଞ୍ଚି ଜଙ୍ଗଲ ରେ ଲାଗିଥିବା ନିଆଁ ଲିଭାଇଥିଲେ ବୋଲି କହିଛନ୍ତି। ତେବେ ଗ୍ରାମ୍ୟ ଜଙ୍ଗଲ ରେ ଥିବା କମିଟି ମଧ୍ୟ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ରେ ଅଛନ୍ତି, ଜଙ୍ଗଲ ରେ ନିଆଁ ନ ଲାଗିବା ପାଇଁ ସେମାନଙ୍କ ର ମଧ୍ୟ ଉତ୍ତର ଦାୟିତ୍ୱ ରହିଛି। ସେହି ସମୟରେ ଗୋତମୁଣ୍ଡା ସଂରକ୍ଷିତ ଜଙ୍ଗଲ ରେ ମଧ୍ୟ ନିଆଁ ଲାଗି ଯିବାରୁ ଜଙ୍ଗଲ କର୍ମଚାରୀ ପହଞ୍ଚି ବାରେ ଟିକେ ବିଳମ୍ବ ହୋଇଥିଲା ବୋଲି ଜଙ୍ଗଲ ଵିଭାଗ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

ଧୁଳେଶ୍ବର ବସ୍ତିଆଙ୍କ ପୂଣ୍ୟତିଥି ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସାଇକେଲ କୁ ପଛପଟୁ ଧକ୍କା ଦେଲା ବାଇକ,ଜଣେ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!