ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

କଳାହାଣ୍ଡି ମାଟିର ଯୁବ କଳାକାର ଅଭିନୀତ  ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ “ର ପ୍ରମୋ ଅନୁଷ୍ଠିତ

କଳାହାଣ୍ଡି ମାଟିର ଯୁବ କଳାକାର ଅଭିନୀତ 

ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ “ର ପ୍ରମୋ ଅନୁଷ୍ଠିତ

ଧର୍ମଗଡ଼ : ସ୍ଥାନୀୟ ଧର୍ମଗଡ଼ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ” ର ପ୍ରମୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମେ ପହିଲାରେ ସମଗ୍ର ଭାରତର ବିଭିନ୍ନ ପ୍ରେକ୍ଷାଳୟ ରେ ଏହି ଓଡିଆ ଚଳଚ୍ଚିତ୍ରର ଶୁଭମୁକ୍ତି ହେବାକୁ ଥିବାରୁ ଏହାର ଲୋକପ୍ରିୟତା ପାଇଁ “ମନ୍ତ୍ରମୁଗ୍ଧ” ଚଳଚ୍ଚିତ୍ରର ଅନ୍ୟତମ ଅଭିନେତା ସାର୍ଥକ ଭରଦ୍ୱାଜ ଯୋଗଦାନ କରି ସମସ୍ତଙ୍କୁ ସିନେମା ହଲକୁ ଯାଇ ଏହି ସିନେମା ଦେଖିବା ପାଇଁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ମନିଷା ମିଶ୍ର, ସମାଜସେବୀ ହୃଷିକେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ବିରଞ୍ଚି ନାରାୟଣ ଜାଲ, ଅଂଶୁମାନ ପାତ୍ର, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମାଜସେବୀ ବ୍ୟୋମକେଶ ପଣ୍ଡା, କୁମୁଦ ଚନ୍ଦ୍ର ବେହେରା, ଡା. ସୁଶାନ୍ତ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଞ୍ଜୀବ କୁମାର ମୁଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟକ୍ଷା ମୂର୍ତ୍ତି ମଂଜରୀ ପଣ୍ଡା, ମାନସ କୁମାର ପଣ୍ଡା, ଶାନ୍ତନୁ କୁମାର ପରିଡ଼ା, ରାଜେଶ କୁମାର ମୁଣ୍ଡ୍ , ମୋହନ ଚରଣ ବିଷି, ସାମ୍ବାଦିକ ଢଗ ନାଏକ ପ୍ରମୁଖ। ଉଲ୍ଲେଖଯୋଗ୍ୟ ଯେ, ଅଭିନେତା ସାର୍ଥକ ଭରଦ୍ୱାଜ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗତାବନ୍ଧ ଗ୍ରାମର ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ଶ୍ରୀମତୀ ମୁଣ୍ମୟୀ ବେହେରାଙ୍କ ସୁପୁତ୍ର ତଥା ସ୍ବର୍ଗତ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ବେହେରାଙ୍କ ନାତି ଅଟନ୍ତି।

ବ୍ୟୁରୋ ରିପୋର୍ଟ….

Related posts

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

Sunil Chandra Nayak

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ ”  

Sunil Chandra Nayak

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ , ପ୍ରଥମ ଦିନରେ ‘ପ୍ରଜାପତିର ଡେଣା’ ଓ ଦ୍ବିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ 

Sunil Chandra Nayak

Leave a Comment

error: Content is protected !!