ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା: ମାଣିକ ଫାଉଣ୍ଡେସନ୍‌ର ପକ୍ଷରୁ ୭/୧୭ ଛକ ଠାରେ “ପଣା ବଣ୍ଟନ କାର୍ଯ୍ୟକ୍ରମ” ଆୟୋଜିତ ହୋଇଥିଲା। ଏହି ସେବାମୂଳକ କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ଗ୍ଲାସ୍ ପଣା ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ କାମିନୀ ମହନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ  ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତି ଓ ଜୋନାଲ ଡିଏସ୍‌ପି ମନୋରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରଚଣ୍ଡ ରୌଦ୍ରତାପରେ ଏଭଳି କାର୍ଯ୍ୟକ୍ରମ ଜନସାଧାରଣଙ୍କ ପାଇଁ ଆଶ୍ବସ୍ତି ପ୍ରଦାନ କରିଛି ବୋଲି ମତ ରଖିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ କର୍ମୀ ଦୀପକ ଦାସ,ବସନ୍ତ ପାଠୀ, ରୁପେଶ କୋଠାରୀ, ଏଲ ଏନ୍ ପଟ୍ଟନାୟକ,ସୁଲତା ପତି, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବାବୁନି ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍‌ର ସମସ୍ତ କର୍ମକର୍ତ୍ତା ଙ୍କର ଏକତା ଓ ସାମାଜିକ ପ୍ରତିବଦ୍ଧତା ସହ ଶିବାନନ୍ଦ ଆଶ୍ରମର ସଦସ୍ୟ ଓ ସେବାମନସ୍କ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଅନୁଷ୍ଠାନ ତରଫରୁ ଅଜିତା ପ୍ରଧାନ, ଅର୍ଚ୍ଚନା ସାହୁ, ମୀନାକ୍ଷୀ ପାଢ଼ୀ, ସବିତା, ଅଞ୍ଜଳି, ପୁଷ୍ପାଞ୍ଜଳି,ମଇନା, ରୁନି, ମିଲି, ଶାନ୍ତି, ମମତା, କବିତା,ଶୋଭା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

masiha

ଭଙ୍ଗା ଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ ;ପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ସାତ ସପନ

masiha

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

Leave a Comment

error: Content is protected !!