ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରବିଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମେ ୨୦ ତାରିଖରୁ ରବି ଧାନ ସଂଗ୍ରହ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଚାଷୀ ଏବଂ ମିଲର୍ସ ମାନଙ୍କର ରହିଥିବା କିଛି ସମସ୍ୟା ଓ ତାର କିପରି ସରଳ ସମାଧାନ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା କିପରି ସୁଚାରୁରୂପେ ପରିଚାଳନା କରାଯିବ ସେ ଦିଗରେ ସମସ୍ତ ମିଲର୍ସ ଚାଷୀଙ୍କର ପୂର୍ଣ୍ଣ ସହଯୋଗ ରହିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଚଳିତ ୨୦୨୫-୨୬ ବର୍ଷରେ ରବି ଧାନ ବିକ୍ରୟ କରିବା ପାଇଁ ୫୬,୬୩୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ଗତ ବର୍ଷ ରବିଧାନ ବିକ୍ରୟ ପାଇଁ ୪୮,୮୧୮ ଜଣ ଚାଷୀ ପଞ୍ଜୀକରଣ କରିଥିଲେ ଫଳରେ ଗତ ବର୍ଷ ଠାରୁ ୭୮୨୧ ଜଣ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି ସେହିପରି ଜିଲ୍ଲାରେ ଚଳିତ ବର୍ଷ ୯୩ ଟି ଧାନକ୍ରୟ କେନ୍ଦ୍ର କରାଯାଇଥିବା ବେଳେ ୨୬ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ୟାକ୍ସ୍ ଓ ଲ୍ୟାମ୍ପସ୍ ଦ୍ଵାରା ଧାନ ସଂଗ୍ରହ କରାଯିବ ଏହା ସହ ଧାନ ଉଠାଣରେ ଏଥର ୯୭ ରାଇସ ମିଲ୍ସ କୁ ନିଯୋଜିତ କରାଯାଇଛି । ଏହି ବୈଠକରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ଡି.ଆର୍.ସି.ଏସ୍. ସ୍ଵରୂପ କୁମାର କର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା, ଡି.ଏମ୍. ଏଫ୍.ସି.ଆଇ. ପ୍ରଫୁଲ୍ଲ କୁମାର ସାହୁ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଦୁର୍ଗା କେଶରୀ, ବିଧାୟକଙ୍କ ପ୍ରତିନିଧି, ଚାଷୀଙ୍କ ପ୍ରତିନିଧି, ମିଲର୍ସ, ପ୍ୟାକ୍ସ ଆର୍.ଏମ୍.ସି. ର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ।ଉପଜିଲ୍ଲାପାଳ ଭବାନୀପାଟଣା ଶ୍ରୀ ପରିଡ଼ା ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ସମସ୍ତଙ୍କ ସହଯୋଗ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

masiha

ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସମାଜ ସେବାରେ ଆଗେ 

masiha

Leave a Comment

error: Content is protected !!