ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

ତୁମୁସିଙ୍ଗା ଥାନା ହାଜତରୁ ଅଭିଯୁକ୍ତ ଗୁଡ଼ୁ ଫେରାର।  ଥାନାରେ ନୂଆ ମାମଲା ରଜୁ

ରିପୋଟର -ତାପସଦାସ 

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନାରେ ଗୁରୁତର ଘଟଣା ଘଟିଛି। ହତ୍ୟା ଓ ପୋକ୍ସୋ ଆଇନ ସମ୍ପର୍କିତ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପୋଲିସ ହେପାଜତ ରୁ ଖସି ପଳାଇଯାଇଛି।

ପୋଲିସ ସୂଚନା ଅନୁସାରେ, ବିଜାଡିହି (ଆସ୍ଥୟୀ )ଗ୍ରାମର ଗୁଡୁ ପଧାନ (୧୯)ଙ୍କୁ ୨୪ ଏପ୍ରିଲରେ ଗିରଫ କରାଯାଇଥିଲା। ସେ ଅପରାଧ ସ୍ୱୀକାର କରି ଅପରାଧରେ ବ୍ୟବହୃତ ପଥର ମଧ୍ୟ ପୋଲିସ ଜବତ କରିଥିଲେ। ତାଙ୍କୁ କାମାକ୍ଷା ଡାକ୍ତରଖାନାରେ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ପରେ ଥାନା ଲକ୍‌ଅପରେ ରଖାଯାଇଥିଲା। ପରଦିନ ଆଦାଲତକୁ ପଠାଇବାକୁ ବ୍ୟବସ୍ଥା ହେଉଥିଲା।

୨୫ ଏପ୍ରିଲ ସକାଳ ପ୍ରାୟ ୬.୩୫ ରେ ହଠାତ୍ ସେଣ୍ଟ୍ରି କନଷ୍ଟେବଲ୍ ଦେଖିବାକୁ ପାଇ ଥିଲେ ହାଜତରେ ଗୁଡ଼ୁ ନାହିଁ। ଚିତ୍କାର କରି ଖୋଜିବା ପରେ ଘଟଣା ଜଣାପଡିଥିଲା। ପୋଲିସ ପକ୍ଷରୁ ତୁରନ୍ତ ଖୋଜଖୋଜି ଆରମ୍ଭ କରାଯାଇଥିଲେ ମଧ୍ୟ 24 ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଫେରାର ଗୁଡ଼ୁ ର ପତ୍ତା ମିଳିନି। 

ଏହି ଘଟଣା ପରେ ପୋଲିସ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୨୬୨ ଅନୁସାରେ ନୂତନ ମାମଲା (ତୁମୁସିଙ୍ଗା ଥାନା କେସ୍ ନଂ-୧୫୨, ତାରିଖ ୨୫.୦୪.୨୦୨୬) ରଜୁ କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ମୃତ ନାବାଳିକା ଶ୍ରାବଣୀ କୁ ବର୍ଷେ ପୂର୍ବରୁ ଗୁଡ଼ୁ ବିବାହ କରିଥିଲା। ସେମାନେ ଆସ୍ଥୟୀ ଭାବେ ଆମ୍ବବୋଲ ଜଙ୍ଗଲରେ ମହୁ ସଂଗ୍ରହ କରିବାକୁ 18 ତାରିଖ ଦିନ ଯାଇଥିଲେ। 19 ତାରିଖରେ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ କୁ ନିଆଯାଇଥିଲା। 21 ତାରିଖରେ ଶ୍ରାବଣୀ ର ବାପା ତୁମୁସିଙ୍ଗା ଥାନାରେ ଏତଲା ଦେଇଥିଲେ। 24 ତାରିଖରେ ଗୁଡ଼ୁକୁ ପୋଲିସ ଗିରଫ କରିଥିଲା। ସେହି ଗୁଡ଼ୁ ପୋଲିସ କୁ ଚକମା ଦେଖାଇ ହାଜତରୁ ଫେରାର ହୋଇଥିବା ଜଣାପଡିଛି।

Related posts

ଭିଜିଲାନ୍ସ ଚଢ଼ଉ: ଧର୍ମଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲା ବିପୁଳ ସମ୍ପତ୍ତି, ଚଢାଉ ଜାରି

ରାତି ଅଧରେ ଭୀମକେଲା ଗାଁରୁ ଚୋରି

Sunil Chandra Nayak

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା       

Leave a Comment

error: Content is protected !!