ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣି ଯୋଗାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକାଇଲେ ତାଲା । ଜାତୀୟ ରାଜପଥ ଅବରୋଧ….

କେନାଲ ପାଣି ଯୋଗାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକାଇଲେ ତାଲା                      

ଜାତୀୟ ରାଜପଥ ଅବରୋଧ….

 ଧର୍ମଗଡ : ଚାଷୀ ଙ୍କ ସମସ୍ୟା ଥମିବାର ନା ନେଉନି।କେତେବେଳେ ଧାନ କ୍ରୟ କରିବାରେ ହଇରାଣ ହରକତ ପୁଣି ସାର ବିହନ ଓ ବିଭିନ୍ନ ସମସ୍ୟା ରେ ବୁଡି ରହିଛି।ଖରିଫ ଫସଲ ସାରି ଥିବା ବେଳେ ଏବେ ରବି ଫସଲ ପ୍ରକ୍ରିୟା ଆରମ୍ଭ କରିଛି।ଧାନ ରୁଆ ବେଉସା ଶେଷ କରିଥିବା ବେଳେ ବଡ଼ ସମସ୍ୟା ଭାବେ କେନାଲ ଜଳ ଅଭାବ ଦେଖା ଦେଇଛି।ଇନ୍ଦ୍ରାବତୀ କେନାଲ ପାଣି ଭରସା କରି ଚାଷ ଆରମ୍ଭ କରିଥିବା ବେଳେ ଠିକ୍ ଧାନ ଉଠିବା ଆରମ୍ଭ କରିଥିବା ବେଳେ କେନାଲ ପାଣି ପହଞ୍ଚି ପାରୁ ନ ଥିବା ଜଣାପଡିଛି।ଯାହାକୁ ନେଇ ପୁଣି ତାତିଛି ଚାଷୀ l ଇନ୍ଦ୍ରାବତୀ ବାମ କେନାଲ ରେ ପାଣି ଯୋଗାଣ ଦାବିରେ ଚାଷୀମାନଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଆଜି ଶତାଧିକ ଚାଷୀ ଏକତ୍ରିତ ହୋଇ ଧର୍ମଗଡ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଅଧିକାରୀ ମାନଙ୍କୁ ତାଲା ଦେବା ସହ ଭବାନୀପାଟଣା – ରାୟପୁର ଜାତୀୟ ରାଜପଥ ୧୩୦ ସି କୁ ଅବରୋଧ କରି ଜୋରଦାର ପ୍ରତିବାଦ କରିଛନ୍ତି।ଚାଷୀମାନଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି କେନାଲରେ ପାଣି ନ ଆସିବାରୁ ଚାଷ କାମ ଗୁରୁତର ପ୍ରଭାବିତ ହୋଇଛି। ବିଶେଷକରି ଏହି ତୀବ୍ର ଗ୍ରୀଷ୍ମ ଋତୁରେ ଜଳ ସଂକଟ ଯୋଗୁଁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି।ଏହି ପରିସ୍ଥିତିରେ ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରି ଚାଷୀମାନେ ରାସ୍ତା ଅବରୋଧ କରିଥିଲେ।ରାସ୍ତା ଅବରୋଧ କାରଣରୁ ଜାତୀୟ ରାଜପଥରେ ଯାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା ଏବଂ ଦୀର୍ଘ ସମୟ ଧରି ଗାଡ଼ିମାନେ ରାସ୍ତାରେ ଅଟକି ରହିଥିଲେ।

ଚାଷୀମାନେ ସତର୍କ କରିଛନ୍ତି ଯେ, ଯଦି ଶୀଘ୍ର କେନାଲରେ ପାଣି ଯୋଗାଣ ବ୍ୟବସ୍ଥା ନ ହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।ତେବେ ସୂଚନା ଅନୁଯାୟୀ ଅଧିକ୍ଷଣ ଯନ୍ତ୍ରୀ ଙ୍କ ସହ ଚାଷୀ ମାନଙ୍କ ଆଲୋଚନା ହୋଇଛି।ଖୁବ ଶୀଘ୍ର କେନାଲ ରେ ଜଳ ଯୋଗାଣ କରାଯିବା ନେଇ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଠିକଣା ସମୟରେ ଜଳ ଯୋଗାଣ ହୋଇ ନ ପାରିଲେ ପୁଣି ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- ପୁଣି ଛାତ୍ରୀ ମୃତ୍ୟୁ, ଘରେ କେହି ନ ଥିଲା ବେଳେ କିରୋସିନିରେ ଜଳିଗଲେ ! ୨- ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ, ୩- ବଡପଡା ଛାତ୍ରୀ ପୋଡି ଘଟଣା ଅନୁଧ୍ୟାନ କଲା ପି ସି ସି ଟିମ

Sunil Chandra Nayak

ଶ୍ରଦ୍ଧା ରେ ଗୁରୁଦିବସ ପାଳନ 

Sunil Chandra Nayak

ସରକାରୀ ଅମିନଙ୍କ ଦ୍ବାରା ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ଆବେଦନରକାରୀ,ପୁନଃ ଆବେଦନ

masiha

Leave a Comment

error: Content is protected !!