ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ସହିତ ନୂତନ ଯୋଜନାର ହିତଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ

ଜଳେଶ୍ଵର ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ ସହିତ ନୂତନ ଯୋଜନାର ହିତଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ

ଜଳେଶ୍ବର,୨୬/୪ ,(ମନିସ)ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ରାଜ୍ୟ ସ୍ତରୀୟ ସମାରୋହ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ମା’ ପାଟନେଶ୍ୱରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଥିବା ବେଳେ ସାରା ଓଡ଼ିଶାରେ ସମସ୍ତ ବ୍ଲକରେ ପାଳନ କରା ଯାଉଛି।ଏହି ଅବସରରେ ଜଳେଶ୍ୱର ବ୍ଳକ ପକ୍ଷରୁ ଲିଲା କଲ୍ୟାଣ ମଣ୍ଡପରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଏବିଡ଼ିଓ ସୁଧୀର କୁମାର ସାହୁ ମଞ୍ଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ବରେଣ୍ୟ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ମାନସ କୁମାର ଜେନା,ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ବ୍ରଜ ମୋହନ ପ୍ରଧାନ,ଜଳେଶ୍ଵର ବିଡିଓ ଗୌରାଙ୍ଗ ଚରଣ ଘୋଷ,ବ୍ଲକ ଫାଇନାନ୍ସ ଅଫିସର ଜୀବନ କୁମାର ପରିଡ଼ା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ପ୍ରଥମେ ଅତିଥି ମାନେ ଉକ୍ତ ଦିବସକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।ମଞ୍ଚରେ ଓଡିଶା ସରକାରଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ନୂତନ ରାସନକାର୍ଡ,ଅନ୍ତର୍ଦ୍ୟୋୟ ଗୃହ ଯୋଜନାର କାର୍ଯ୍ୟାଦେଶ,ପରିମଳ ଯୋଜନାରେ ପାଇଖାନା ଘରର କାର୍ଯ୍ୟାଦେଶ,ବିଭିନ୍ନ ଭତ୍ତା ଏହିପରି ବିଭିନ୍ନ ଯୋଜନାର ହିତଧିକାରୀମାନଙ୍କୁ କାର୍ଯ୍ୟାଦେଶ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରିବା ସହିତ ସରକାରଙ୍କ ଜନହିତକର କାର୍ଯ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜଳେଶ୍ୱର ବ୍ଲକ ଯୋଗାଣ ଅଧିକାରୀ ଅବନ୍ତିକା ସାହୁ,ବ୍ଳକ ସହକାରୀ ଯନ୍ତ୍ରୀ ନିରଞ୍ଜନ ବିଶ୍ୱାଳ,ଜିପିଡିଓ ସବ୍ୟସାଚୀ ଦାସ,ଡବ୍ଲୁଇଓ ସଜତ ଅନୁପମ,ସିପି ସୁଜିତ କୁମାର ଜେନା,ବ୍ଳକ ପ୍ରଜେକ୍ଟ କୋର୍ଡିନେଟର ଶର୍ମିଷ୍ଠା ଚକ୍ରବର୍ତ୍ତୀ,ସିନିଅର କିରାଣୀ ଶିବସୁନ୍ଦର ଦତ୍ତଙ୍କ ସହ ମିଶନ ଶକ୍ତି ବ୍ଳକ କୋର୍ଡିନେଟର,ବ୍ଳକ ଜୀବିକା ମିଶନର ଦକ୍ଷତା ବିକାଶ କୋର୍ଡିନେଟର,ଜୀବିକା ମିଶନ ବ୍ଳକ ଲେବୁଲ କୋର୍ଡିନେଟର,ଡିଇଓ ସନ୍ତୋଷ କୁମାର ପଣ୍ଡାଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମରେ ୩୫ ଟି ପଞ୍ଚାୟତର ସମସ୍ତ ସରପଞ୍ଚ,ସମିତି ସଭ୍ୟ/ ସଭ୍ୟା,ଏମବିକେ,ସିଆରପି,ଇସୀ ମେମ୍ବର,ଅଙ୍ଗନବାଡି କର୍ମୀ,ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ    

Sunil Chandra Nayak

୧୧୯ତମ ମାସିକିଆ ମାଗଣା ହାଟ ସମ୍ପନ୍ନ 

Sunil Chandra Nayak

Leave a Comment

error: Content is protected !!