ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

୧୩୩ ତମ ମନ କି ବାତ୍ କାର୍ଯ୍ଯକ୍ରମ

ସିନାପାଲି,୨୬/୦୪ ( ବିଘ୍ନରାଜ ତାଣ୍ଡି ) ନୂଆପଡ଼ା ଜିଲ୍ଲା ସିନାପାଲ ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ଧୁଙ୍ଗିଆମୁଣ୍ଡା ବୁଥ ନମ୍ବର ୨୮୧ ରେ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଙ୍କ ମନ କି ବାତ୍ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବୁଡ଼ାଦେଓ ମଣ୍ଡଲ ର ମଣ୍ଡଳ ସଭାପତି ଶ୍ରୀଯୁକ୍ତ – କୃତିବାସ ତେଜିଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ – ସୁବ୍ରତ କୁମାର ଠାକୁର ଆଜିର ମନ କି ବାତ୍ କାର୍ଯ୍ଯକ୍ରମ ବିଷୟରେ ସମସ୍ତ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କୁ ଅବଗତ କହିଥିଲେ l ଆଜିର ମନ କି ବାତ୍ କାର୍ଯ୍ଯକ୍ରମରେ ବୁତ ସଭାପତି ଶ୍ରୀଯୁକ୍ତ – ଜିତେନ୍ଦ୍ର ଖର୍ସେଲ , ସ୍ଥାନିୟ ସରପଞ୍ଚ ମଦନ ଦଣ୍ଡସେନା, ମହିଳା ନେତ୍ରୀ ବୃନ୍ଦାବତି ଖର୍ସେଲ, ବିହାରୀ ଖର୍ସେଲ, ଲାଲୁ ଛତ୍ରିଆ,ସାଧାରଣ ସମ୍ପାଦକ ତରୁଣ ମାଝୀ, ମନ କି ବାତ୍ ପ୍ରମୁଖ ମଧୁସୂଦନ ନାଗ, ଲିଲାମ୍ବର ନାଗ, ସମ୍ପାଦକ କିଶୋର ସାହାଣ୍ଡ, ଯୁବ ମୋର୍ଚ୍ଚା ସଭାପତି କାମାକ୍ଷ ପ୍ରସାଦ ମାଝୀ, ବିଏଲଏ (୨) ତୁଳସୀ ରାମ ବାଗ , ଜୟକୃଷ୍ଣ ଦଣ୍ଡସେନା, ଚୂଡ଼ାମଣି ଧାକଡ, ମୁକେଶ ଲିମଗୋଛିଆ , ତଥା ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l ମନ କି ବାତ୍ କାର୍ଯକ୍ରମ ସମାପ୍ତ ପାରେ ବୁଥ କମିଟିର ବୈଠକ ଅନୁଷ୍ଠିତ ହୋଥିଲା , ଏହି ବୈଠକରେ ବୁତର ବିଭିନ୍ନ ସମସ୍ୟା ଯଥା – ମୋବାଇଲ ଟାୱାର, ପାନୀୟ ଜଳ ସମସ୍ୟା ବିଦ୍ୟାଳୟ ରେ ଅତିରିକ୍ତ ଶ୍ରେଣଗୃହ ନିର୍ମାଣ ମେଢାଲ ନାଲା ର ପୋଲ ନିର୍ମାଣ ,ନୂତନ ନଳକୂପ ଖଳନ ଆଦିକୁ ଗୁରୁତ୍ଵ ଦିଆଯାଇଥିଲା ଏବଂ ତୁରନ୍ତ ବିହିତ ପଦକ୍ଷେପ ପାଇଁ ପ୍ରସ୍ତାବ ଗୃହୀତ କରଯାଇଥିଲା

Related posts

ମିଶ୍ରଣ ପର୍ବରେ ସାଂସଦକୁ ବିରୋଧ ପାଇଁ ଶପଥ ନେଲେ ବିଜେପି କର୍ମୀ

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ 

ବିଜେପି ର ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!