ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାର ସିନ୍ ରିକ୍ରିଏସନ ଦେଖାଇଲା ଅଭିଯୁକ୍ତ

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ଘଟଣାର ସିନ୍ ରିକ୍ରିଏସନ ଦେଖାଇଲା ଅଭିଯୁକ୍ତ 

ବ୍ରହ୍ମପୁର,ତା ୨୬ /୦୪ ବହୁ ଚର୍ଚ୍ଚିତ ପ୍ଲଟବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟାକାଣ୍ଡ ଘଟଣାର ଆଜି ସିନ୍ ରିକ୍ରିଏସନ ଦେଖାଇଲା ଅଭିଯୁକ୍ତ । ବ୍ରହ୍ମପୁର ପୋଲିସ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ ସ୍ପଷ୍ଟରେ କ୍ରାଇମ ସିନ୍ ରିକ୍ରିଏସନ କରି ତଥ୍ୟ ଓ ଗାଳୁଛି ପୁଲିସ ଟିମ୍।ସୁଧୀରଙ୍କ ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି ଗୋପାଳପୁର ପୋଲିସ । ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୋଲିସ ରିମାଣ୍ଡରେ ଆଣିଛି। କ୍ରାଇମ ସ୍କଟରେ ପହଞ୍ଚି କ୍ରାଇମ ରିକ୍ରିଏସନ କରିଛି ପୁଲିସ । ତେବେ କେମିତି ଅପହରଣ କରିଥିଲେ, କାହିଁକି ଅପହରଣ କରିଲେ ଏବଂ କେମିତି ହତ୍ୟା କରିଲେ ସେନେଇ ଅଧ୍ଵ ତଦନ୍ତ ଚଳାଇଛି ପୋଲିସ ଟିମ୍। ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ସୁଧୀର ପାତ୍ର ଭଲିବଲ୍ ଖେଳି ବଣଗାଁରୁ ଘରକୁ ସତ୍ୟନାରାୟଣପୁର ଫେରୁଥୁବା ସମୟରେ ଅପହୃତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ବୁଗୁଡ଼ା ନିଆଯାଇଥିଲା । ସେଠାରେ ହତ୍ୟା କରିବା ପରେ ରାଶି ପଙ୍କାଳ ରେ ଫିଙ୍ଗି ଥ୍ ଲେ ଅଭିଯୁକ୍ତ । ହତ୍ୟାରେ ସଂପୃକ୍ତି ଅଭିଯୋଗରେ ତାଙ୍କ ଝିଆରିନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କ ସମେତ ତାଙ୍କ ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁର କାଳୁଚରଣ ପ୍ରଧାନ ଓରଫ୍ କାଳିଆ (୨୮), ସୁପାରି କିଲର୍ ୟୁପି ବାରଣାସିର ଗୋଲୁ ଓରଫ୍ ଲମୁ ଓରଫ୍ ସୂର୍ଯ୍ୟ ପ୍ର ତ।ପ ସିଂହ (୨୮), ହିଞ୍ଜିଳି ଥାନ ଆଲପୁରର ଛୋଟା ଓରଫ୍ ଜିତୁନ୍ ପୋଲାଇ (୩୩), ବୁଗୁଡ଼ା ରାମନ୍ଦା ଗାଁର କମଲ ଓରଫ୍ ନା ରାୟଣ ପ୍ରଧାନ, ବୁଗୁଡ଼ା ବି.ବ୍ରହ୍ମପୁର ଗାଁର ଟୁଲୁ ଓରଫ୍ ଆଶିଷ ମହାପାତ୍ର (୨୫), ହିଞ୍ଜିଳିକାଟୁ ଥାନା ଖରିଡ଼ା ଗାଁର ଶୁ ଭ ମ୍ ।ୟକ (୨୦) ଓ ନ ଓ ପୁନରାଖଣ୍ଡି ଗାଁର ଗେଡ଼ ଓରଫ୍ ଶୁଭମ ଗୌଡ଼(୨୦)ଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରି ଥୁଲ। । କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏବେ ରିମାଣ୍ଡରେ ନେଇ ଛାନ୍ ବିନ କରୁଛି ପୋଲିସ ।।

Related posts

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

Sunil Chandra Nayak

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ଜାଲ ସାର୍ଟିଫିକେଟ ଚାକିରୀ କରୁଥିବାର ଶିକ୍ଷ୍ୟକଙ୍କ ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ,ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା

Sunil Chandra Nayak

Leave a Comment

error: Content is protected !!