ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୮୧ ୟୁନିଟ ରକ୍ତ ସଂଗ୍ରହ 

ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୮୧ ୟୁନିଟ ରକ୍ତ ସଂଗ୍ରହ 

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ର ସାମାଜିକ ସଂଗଠନ ‘ବିଦ୍ୟୁତପ୍ରଭା ଫାଉଣ୍ଡେସନ ” ତରଫରୁ ସ୍ଥାନୀୟ ଜିରିଡାମାଳି ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟୁତପ୍ରଭା ଫାଉଣ୍ଡେସନ ର ଅଧ୍ୟକ୍ଷା ଲିପସା ପ୍ରଧାନ ଓ ସମ୍ପାଦକ ହୃଦୟ ବଲ୍ଳଭ ମିଶ୍ର ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଅସହ୍ୟ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ରକ୍ତଭଣ୍ଡାର ରେ ରକ୍ତସଙ୍କଟ ଦେଖାଦେଇଥିବା ବେଳେ ଏହାକୁ ଦୃଷ୍ଟି ରେ ରଖି ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ବିଦ୍ୟୁତପ୍ରଭା ଫାଉଣ୍ଡେସନ ର ମାର୍ଗଦର୍ଶକ କୈଳାସ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଅସହ୍ୟ ଗ୍ରୀଷ୍ମ ପ୍ରବାହ ସତ୍ବେ ବହୁ ସଂଖ୍ୟକ ରକ୍ତଦାତା କାର୍ଯ୍ୟକ୍ରମ ରେ ଯୋଗଦେଇ ରକ୍ତଦାନ କରିଥିଲେ l ଏହି ଅବସରରେ କାମାକ୍ଷାନଗର ଅଞ୍ଚଳ ରେ ରକ୍ତଦାନ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଛଅ ଜଣ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ହିମାଂଶୁ ଶେଖର ମହାପାତ୍ର, ବ୍ୟୋମକେଶ ଦ୍ବିବେଦୀ, ପର୍ଶୁରାମ ମହାଭୋଇ, ବିଭୁତି ଭୂଷଣ ସେଠୀ, ସୁମନ୍ତ ଜେନା ଓ ଆଲୋକ ରଞ୍ଜନ ତ୍ରିପାଠୀ ଙ୍କୁ ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ରକ୍ତବୀର ସମ୍ନାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଫାଉଣ୍ଡେସନ ର ସଂଯୋଜକ ଚିରଞ୍ଜିବ ମଲ୍ଲିକ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସହ ସମ୍ପାଦକ ବିନୋଦ ବିହାରୀ ସେଠୀ, ସଦସ୍ୟ ସଙ୍ଗୀତା ମିଶ୍ର, ଉପେନ୍ଦ୍ର ରାଉତ, ରଶ୍ମିରଞ୍ଜନ ପାତ୍ର, ହୃଦାନନ୍ଦ ସେଠୀ, ସୁପ୍ରିୟା ଦାସ, ଦୀନେଶ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଶେଷରେ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ୪୬ତମ ବସନ୍ତ ସମାରୋହ ଉଦ୍ଘାଟିତ

Sunil Chandra Nayak

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ମାସମାସ ଧରି ଆରମ୍ଭ ର ନାଁ ଧରୁନି ଵରଡିହ- ବାଲୁଗାଁ ରାସ୍ତା : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

Sunil Chandra Nayak

Leave a Comment

error: Content is protected !!