ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ପାଇଁ ବାଟୋଇ ହାହାକାର, ଜଳଛତ୍ର କେବଳ ନାମକୁ ମାତ୍ର 

ବ୍ରହ୍ମପୁର,ତା ୨୭/୦୪ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ଜଳଛତ୍ର ସ୍ଥାପନ ପଦକ୍ଷେପ ନେଇ ଆରୋହି ମାନଙ୍କ ପାଇଁ ପିଇବା ନିମନ୍ତେ ରଖାଯାଇଛି । କିନ୍ତୁ ବାସ୍ତବ ସ୍ଥରରେ ସତ୍ୟ ଚିତ୍ର ଦେଖିଲେ କିଛି ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସୁଛି । କେତେକ ସ୍ଥାନରେ ଜଳଛତ୍ର ହୋଇଥିଲେ ମଧ୍ୟ ସୁପେୟ ଜଳ ଉପଲବ୍ଧ ନଥିବା, ଆଉ କେତେକ ସ୍ଥାନରେ ଜଳ ଥିଲେ ମଧ୍ୟ ଦାୟିତ୍ୱରେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ନଥିବା ନେଇ ଅଭିଯୋଗ ରହିଛି । ସୂଚନା ଥାଉକି,ମହାନଗର ନିଗମ ସ୍ଥିତ ୱାର୍ଡ ନମ୍ବର-୧୬ ବୃନ୍ଦାବତୀ ନଗରରେ ଜଳଛତ୍ର ପାଇଁ କେବଳ ଟେଣ୍ଟ ଓ ବୋର୍ଡ ଲଗାଇ ଫଟୋ ଉଠାଇବା ପରେ ସେଠାରୁ ଟେଣ୍ଟ ଓ ବୋର୍ଡ ହଟାଇ ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ନୀଳ ଲୋହିତ ସାହୁ ସାମ୍ବାଦିକଙ୍କ ଆଗାରେ ପ୍ରକାଶ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ କାର୍ଯ୍ୟାନ୍ବୟନରେ ଗୁରୁତର ଅବ୍ୟବସ୍ଥା ରହିଛି । ଏହା କେବଳ ସେବାର ଅଭାବ ନୁହେଁ ବରଂ ଜନସାଧାରଣଙ୍କ ଟଙ୍କାର ସଠିକ୍ ବ୍ୟବହାର ଉପରେ ପ୍ରଶ୍ନ ଉଠାଉଛି । ତିବ୍ର ଗ୍ରୀଷ୍ମ ଉତାପରେ ଲୋକମାନେ ଯେତେବେଳେ ପାଣି ମୁନ୍ଦାଏ ପାଇଁ ନିର୍ଭର କରୁଛନ୍ତି, ସେତେବେଳେ ଏପରି ଅବ୍ୟବସ୍ଥା ନିଶ୍ଚୟ ଭାବେ ଦୁଃଖଦ ଓ ଅସ୍ୱୀକାର୍ଯ୍ୟ । ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିବେଦନ କେବଳ ଯୋଜନା ଘୋଷଣାରେ ସୀମିତ ରହିବା ନୁହେଁ, ତାହାର ସଠିକ୍ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ବୟନକୁ ମଧ୍ୟ ସୁନିଶ୍ଚିତ କରାଯାଉ । ପ୍ରତ୍ୟେକ ଜଳଛତ୍ରରେ ନିୟମିତ ଭାବେ ସୁପେୟ ଜଳ ଉପଲବ୍ଧ ହେଉ,ଏଥି ପାଇଁ ଦୃଢ଼ ପଦକ୍ଷେପ ଆବଶ୍ୟକ।

          ଶେଷରେ ପ୍ରଶ୍ନ ଉଠୁଛି, ଏହି ଯୋଜନା ସତରେ ଜନହିତ ପାଇଁ, ନା ଅନ୍ୟ କାହାର ସ୍ୱାର୍ଥ ପୂରଣ ପାଇଁ ?

Related posts

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ 

masiha

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

ମଠକରଗୋଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବୀନ ବରଣ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!