ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ 

ରାୟଗଡ଼ା : ତା : ୩୧/୦୮/୨୮ // ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ର ବିଭିନ୍ନ ଦାବିକୁ ନେଇ ରାୟଗଡ଼ା ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ୮ ଦଫା ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାୟଗଡ଼ା ବ୍ଳକ ଶିଶୁ ବିକାଶ ଯୋଜନା ଅଧିକାରୀଣି ଶ୍ରୀମତୀ ମୀନାକ୍ଷୀ ଦାଶଙ୍କୁ ପ୍ରଦାନ କରାଯାଇଥିଲା । ଶିଶୁ ବିକାଶ ଯୋଜନା ଅଧିକାରୀଣି ଶ୍ରୀମତୀ ମୀନାକ୍ଷୀ ଦାଶ ଆନ୍ଦୋଳନ କାରିଙ୍କ ସହ ଆଲୋଚନା କରିବା ସହ ୮ ଦଫା ଦାବିକୁ ନେଇଥିଲେ । ଉକ୍ତ ଦାବି ଗୁଡ଼ିକୁ ସମୀକ୍ଷା କରି ତୁରନ୍ତ ତାର ସମାଧାନ କରିବା ସହ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ନିକିତା ପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଶିଶୁ ବିକାଶ ଯୋଜନା ଅଧିକାରୀଣି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଦାବି ମଧ୍ୟରେ ଗରମ ରନ୍ଧା ଖାଦ୍ୟ ର ଟଙ୍କା ପ୍ରଦାନ କରିବା , ଗରମ ରନ୍ଧା ଖାଦ୍ୟ ର ମୂଲ୍ୟ ବୃଦ୍ଧି କରିବା , ମୂଖ୍ୟମନ୍ତ୍ରୀ ସମ୍ପୁର୍ଣ୍ଣ ପୂଷ୍ଟି ଯୋଜନାର ୮ ମାସର ଟଙ୍କା ପ୍ରଦାନ କରିବା , କିଶୋର ବାଳିକାଙ୍କ ଅଣ୍ଡା ବଣ୍ଟନ ଟଙ୍କା ଦେବା , ଗ୍ୟାସ ର ୧ ବର୍ଷ ର ଟଙ୍କା ଦେବା , ମୂଖ୍ୟତଃ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ନିକିତା ପାଳଙ୍କ ମନମୁଖୀ ଶାସନରେ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ରାୟଗଡ଼ା ବ୍ଳକ ସଭାନେତ୍ରୀ ଶଞ୍ଜୁକ୍ତା ହରପାଲ , ସମ୍ପାଦିକା ମୀନାକ୍ଷୀ ଦୋରା , ବାସନ୍ତୀ ଜିଲାକାରା , କେ ନିଳାଦ୍ରୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ସଭାପତି ଶ୍ରୀ ଯୋଗେଶ୍ୱର ଦାସ , ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଉପସଭାପତି ଦୁର୍ଗା ମାଧବ ଘୋଷ , ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ର ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷାରାଣୀ ଦାଶ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିବା ସହ ତୁରନ୍ତ ଏହାର ସମାଧାନ ନକରନ୍ତି ତାହାହେଲେ ଆସନ୍ତା ଦିନରେ କାର୍ଯ୍ୟବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଉପସ୍ଥିତ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ବ୍ଳକର ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ ଯୋଗ ଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ 

masiha

ଲୁଆକେରା-ସାନଦଲକୀ ବ୍ରିଜର ନିର୍ମାଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଲେନିନ୍ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!