ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରରେ ଜନ ଅଭିଯୋଗ ଶୁଣାଣି , ମକରଝୋଳ ପଞ୍ଚାୟତରେ ୨୭ ଅଭିଯୋଗ ଦାଖଲ

ପଞ୍ଚାୟତ ସ୍ତରରେ ଜନ ଅଭିଯୋଗ ଶୁଣାଣି , ମକରଝୋଳ ପଞ୍ଚାୟତରେ ୨୭ ଅଭିଯୋଗ ଦାଖଲ

ହିଞ୍ଜିଳିକାଟୁ, ତା ୨୭/୦୪ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ସକାଳ ୭ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ମକରଝୋଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୋଦର ଗୌଡ ପରିଚାଳନା କରିଥିବାବେଳେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ଶ୍ରୀ ତପନ କୁମାର ମହାପାତ୍ର, ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଢ଼ୀ, ସ୍ଥାନୀୟ ସରପଞ୍ଚ ଗଣପତି ସାହୁ,ସମିତି ସଭ୍ୟ ଜି ମୋହନ ରାଓ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗକୁ ଶୁଣିଥିଲେ । ବିଭିନ୍ନ ଅଭିଯୋଗକୁ ନେଇ ମକରଝୋଳ ପଞ୍ଚାୟତରେ ମୋଟ ୨୭ ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରେ ୧୦ ଗ୍ରାମୀଣ ଆବାସ , ୦୬ ରେସନ କାର୍ଡ, ୦୧ ରାଜସ୍ୱ, ୦୨ ବିକାଶ ମୂଳକ, ୦୭ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ୦୧ କୃଷି ସମ୍ବଦିତ ରହିଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ଏଡିଇଓ ପଞ୍ଚାନନ ସେଠି , ନାୟବ ସରପଞ୍ଚ ସବିତା ସ୍ବାଇଁ ଆଦି ପ୍ରମୁଖଙ୍କ ସହ ସମସ୍ତ ବ୍ଲକ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସମସ୍ତ ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଆଜିର ଜନ ଶୁଣାଣୀ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା।

Related posts

ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ଲାୟନ୍ସ କ୍ଲବ୍‌ରେ ଆୟୋଜିତ

Sunil Chandra Nayak

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ମାରାଗୁଡା ଲୋକମହୋତ୍ସବରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ବାସୀଙ୍କ ମନ ମୋହିଲେ 

masiha

Leave a Comment

error: Content is protected !!