ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରରେ ଜନ ଅଭିଯୋଗ ଶୁଣାଣି , ମକରଝୋଳ ପଞ୍ଚାୟତରେ ୨୭ ଅଭିଯୋଗ ଦାଖଲ

ପଞ୍ଚାୟତ ସ୍ତରରେ ଜନ ଅଭିଯୋଗ ଶୁଣାଣି , ମକରଝୋଳ ପଞ୍ଚାୟତରେ ୨୭ ଅଭିଯୋଗ ଦାଖଲ

ହିଞ୍ଜିଳିକାଟୁ, ତା ୨୭/୦୪ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ସକାଳ ୭ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ମକରଝୋଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୋଦର ଗୌଡ ପରିଚାଳନା କରିଥିବାବେଳେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ଶ୍ରୀ ତପନ କୁମାର ମହାପାତ୍ର, ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଢ଼ୀ, ସ୍ଥାନୀୟ ସରପଞ୍ଚ ଗଣପତି ସାହୁ,ସମିତି ସଭ୍ୟ ଜି ମୋହନ ରାଓ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗକୁ ଶୁଣିଥିଲେ । ବିଭିନ୍ନ ଅଭିଯୋଗକୁ ନେଇ ମକରଝୋଳ ପଞ୍ଚାୟତରେ ମୋଟ ୨୭ ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରେ ୧୦ ଗ୍ରାମୀଣ ଆବାସ , ୦୬ ରେସନ କାର୍ଡ, ୦୧ ରାଜସ୍ୱ, ୦୨ ବିକାଶ ମୂଳକ, ୦୭ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ୦୧ କୃଷି ସମ୍ବଦିତ ରହିଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ, ଏଡିଇଓ ପଞ୍ଚାନନ ସେଠି , ନାୟବ ସରପଞ୍ଚ ସବିତା ସ୍ବାଇଁ ଆଦି ପ୍ରମୁଖଙ୍କ ସହ ସମସ୍ତ ବ୍ଲକ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସମସ୍ତ ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଆଜିର ଜନ ଶୁଣାଣୀ କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା।

Related posts

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

ରାଉରକେଲା କଲେଜ ଦ୍ବାରା ବିଶ୍ବ ପଖାଳ ଦିବସ ପାଳିତ

masiha

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ବାଗତ ସମାରୋହ 

Sunil Chandra Nayak

Leave a Comment

error: Content is protected !!