ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

 ଶ୍ରମିକଙ୍କ ଜୀବିକା ସୁରକ୍ଷା, ୟୁନିଅନ ସହ ଆଲୋଚନା ଓ ଆର ଏସ ପି ବିକାଶ ରୋଡମ୍ୟାପ ଦାବି

ନୂଆଦିଲ୍ଲୀ / ଭୁବନେଶ୍ୱର, ୨୭ ଏପ୍ରିଲ:–  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ପ୍ରସ୍ତାବିତ ୪୦ ଶତାଂଶ କର୍ମଚାରୀ ଓ ଠିକା ଶ୍ରମିକ କମାଣ ନିଷ୍ପତ୍ତିକୁ କଡ଼ା ଭାବେ ବିରୋଧ କରିଛନ୍ତି।

କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରୀ ଏଚ ଡ଼ି କୁମାର ସ୍ୱାମୀ ଙ୍କୁ ପଠାଯାଇଥିବା ପତ୍ରରେ ସେ କହିଛନ୍ତି ଯେ, ଏହା ଫଳରେ ପଶ୍ଚିମ ଓଡ଼ିଶାରେ ଗଭୀର ଚିନ୍ତା ଓ ଅସନ୍ତୋଷ ସୃଷ୍ଟି ହୋଇଛି।

ସେ କହିଛନ୍ତି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳର ଅର୍ଥନୀତିର ମୂଳ ଆଧାର। ଏପରି କର୍ମଚାରୀ କମାଣ ଚାକିରି, ଶିଳ୍ପ ଶାନ୍ତି, ପରିବହନ ଓ ଛୋଟ ବ୍ୟବସାୟକୁ ପ୍ରଭାବିତ କରିବ। ସେ ରାଉରକେଲା ଶ୍ରମିକ ସଂଘ ସହ ସମସ୍ତ ଶ୍ରମିକ ସଂଗଠନ ସହ ଆଲୋଚନା ଦାବି କରି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ କୁ ଜଣାଇଛନ୍ତି।

Related posts

ବ୍ରଜା ଘାତରେ କୁଶୁର୍ଲା ଗ୍ରାମର ବୃଦ୍ଧ ମୃତ 

ସୁଧାଂଶୁ ଜେନା ପିସିସି ର ଝାରସୁଗୁଡା ଜିଲ୍ଲା କଂଗ୍ରେସ ର ପର୍ଯ୍ୟବେକ୍ଷକ ଭାବେ ମନୋନୀତ

Sunil Chandra Nayak

ନଳକୂପ ଖୋଳି ବର୍ଷେ ହେବ କାର୍ଯ୍ୟରେ ଆସୁନି। ପାନୀୟଜଳ ପାଇଁ ହନ୍ତସନ୍ତ ଟେକର ପାନି ଗ୍ରାମବାସୀ

masiha

Leave a Comment

error: Content is protected !!