ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୯ ତମ ଜୟନ୍ତୀ ପାଳିତ

ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୯ ତମ ଜୟନ୍ତୀ ପାଳିତ

ଜଳେଶ୍ୱର,୨୮/୪-(ମନିସ):ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୯ ତମ ଜୟନ୍ତୀ ପିଏମଶ୍ରୀ ଜଳେଶ୍ୱର ହାଇସ୍କୁଲ ପରିସରରେ ପୂର୍ବାହ୍ନରେ ପାଳିତ ହୋଇ ଯାଇଛି। ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖାର ସଭାପତି ତଥା ବରିଷ୍ଠ ସମାଜସେବୀ କମଳ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଉତ୍କଳ ସମ୍ମିଳନୀର ସମ୍ପାଦକ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସୁନିଲ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସେନାପତି,ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଜିତାରାମ ଦେ,ଡ. ପ୍ରଫୁଲ୍ଲ କୁମାର ଦେ, ଡକ୍ଟର ରମାକାନ୍ତ ଭଞ୍ଜ ଓ ସୁଧିର କୁମାର କର, ପିଏମଶ୍ରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ଜେନା, ବିଦ୍ୟାଳୟ କମିଟି ସଭାପତି ଜୟ ନାରାୟଣ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ଅଜିତ କୁମାର ମହାନ୍ତି, ଓଡିଶା ଉଚ୍ଚ ନ୍ୟାୟଳୟର ବରିଷ୍ଠ ଆଇନଜିବୀ ରାମଚନ୍ଦ୍ର ଜେନା ଓ ସୁକୁମାର ରଣା, ଅବସରପ୍ରାପ୍ତ ପ୍ରଫେସର ଇ. ରତ୍ନାକର ରାୟ,ସମାଜସେବୀ ଦିଲ୍ଲୀପ କୁମାର ଗିରି, ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ବାରିକ ପ୍ରମୁଖ ଅତିଥି ମାନେ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସଭା ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ ସବିତା ପାଠୀଙ୍କ ସହିତ ପିଲାମାନେ ଗାନ କରିଥିବା ବେଳେ ସହକାରୀ ଶିକ୍ଷକ ରାଧାଗୋବିନ୍ଦ ଜେନା ଓ ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ ସବିତା ପାଠୀ ମିଳିତ ଭାବେ ମଞ୍ଚ ଆହ୍ୱାନ କରିଥିଲେ।ଶେଷରେ ଆଇନଜିବୀ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ୨୦ ଜଣ ପିଲାଙ୍କ ମଧ୍ୟରେ ମଧୁବାବୁଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗିତା ହୋଇ ସେମାନଙ୍କ ମଧ୍ୟରୁ ନବମ ଶ୍ରେଣୀ ଛାତ୍ରୀ ନମିତା ଦାସ ପ୍ରଥମ, ସପ୍ତମ ଶ୍ରେଣୀ ଛାତ୍ରୀ ଅଭିଲିପ୍ସା ସାହୁ ଦ୍ଵିତୀୟ, ଷଷ୍ଠ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପାଠୀ ତୃତୀୟ ସ୍ଥାନ ଗ୍ରହଣ କରି ସେମାନଙ୍କୁ ପୁରସ୍କାର ସହିତ ମଧୁବାବୁ ଜୀବନୀ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା ।ଅନ୍ୟ ୧୭ ଜଣ ପ୍ରତିଯୋଗୀଙ୍କୁ ମଧୁବାବୁ ଜୀବନୀ ପୁସ୍ତକ ପ୍ରଦାନ କରା ଯାଇଥିଲା।ଉକ୍ତ ପ୍ରତିଯୋଗିତାରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ଵର ମହାନ୍ତି ଓ ବନମାଳୀ ଧଳ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ରହି ଚୟନ କରିଥିଲେ।ସଭା ପ୍ରାରମ୍ଭରେ ସକାଳ ୭ ଘଟିକା ସମୟରେ ଜଳେଶ୍ୱର ପୁରୁଣା କୋର୍ଟ ପାଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସଂଗ୍ରାମର ସଫଳତା : ଲାଇସେନ୍ସ କ୍ୱାର୍ଟର, ଡବଲ୍ କ୍ୱାର୍ଟର ଓ ରିଟେନ୍ସନ୍ ସ୍କିମ୍ ନେଇ ମିଳିଲା ବଡ଼ ଆଶ୍ୱସ୍ତି

ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : ପୋଖରୀରେ ବୁଡ଼ି ଚାଲିଗଲା ଜଣକ ଜୀବନ

masiha

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

masiha

Leave a Comment

error: Content is protected !!