ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ହେଲେ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସୁନା ଝିଅ ପାୟଲ ନାଗ  

ଦିବ୍ୟାଙ୍ଗ ହେଲେ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସୁନା ଝିଅ ପାୟଲ ନାଗ  

ବଲାଙ୍ଗୀର :- ୦୬/୦୪ ଥାଇଲ୍ୟାଣ୍ଡ ର ବ୍ୟାଙ୍କକ୍ ଠାରେ ଚାଲି ଥିବା ବିଶ୍ୱ ତିରନ୍ଦାଜି ପାରା ସିରିଜ ୨୦୨୬ ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀର ଜିଲ୍ଲା ର ବିସ୍ମୟ ପ୍ରତିଭା ପାୟଲ ନାଗ ! ଦୁଇ ହାତ ଓ ପାଦ ନ ଥିବା ଓଡିଆ ଝିଅ ତୀରନ୍ଦାଜ ପାୟଲ ନାଗ ଉଲ୍ଲେଖନୀୟ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ! ସେ ବିଶ୍ଵ ର ନଂ୧ ପାରା ତୀରନ୍ଦାଜ ଭାରତର ଶୀତଳ ଦେବୀଙ୍କୁ ହରାଇ ଥିଲେ । ପାୟଲ ନାଗ ବଲାଙ୍ଗୀର ଜିଲ୍ଲା ମୁରିବହାଳ ବ୍ଲକ୍ ର ବାନ୍ଦୂପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମୁନାବାହାଲ ଗାଁ ର ଜଣେ ପ୍ରତିଭାବାନ ପାରା ଆଥଲେଟ ଚମ୍ପିୟାନ । ପାୟଲ ଙ୍କ ଜୀବନ ସଂଘର୍ଷ କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ, ବଲାଙ୍ଗୀର ଜିଲ୍ଲାର ର ଜଣେ ଦାଦନ ଶ୍ରମିକ ବିଜୟ ନାଗ ଓ ମାତା ଜନତା ନାଗ ଙ୍କ ଝିଅ ପାୟଲ ! ମାତ୍ର ୫ ବର୍ଷ ହୋଇଥିବା ବେଳେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆଘାତ ହୋଇଥିଲେ ! ଫଳରେ ତାଙ୍କର ଦୁଇ ହାତ ଓ ପାଦ କୁ କାଟିବାକୁ ପଡ଼ିଥିଲା ! ପାୟଲ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ପାଲଟି ଯାଇଥିଲେ ସେ ୫ ବର୍ଷ ବୟସରୁ ଦିବ୍ୟାଙ୍ଗ ହୋଇ ଥିଲେ ମଧ୍ୟ ନିଜର ଦୃଢ଼ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ବଳରେ ଆଜି ରାଜ୍ୟ,ଦେଶ ତଥା ନିଜ ଅଞ୍ଚଳ ଓ ଗାଁ ପାଇଁ ଗୌରବ ଆଣି ପାରିଛନ୍ତି । ପାୟଲ ନାଗ ଙ୍କ ଭଳି ଖେଳାଳି ମାନେ ଆଜିର ଯୁବ ପିଢ଼ି ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ତଥା ଉଦାହରଣ ସାଜିଛନ୍ତି ! ସେ “ଅକ୍ଷମତା ଶରୀର ରେ ଥାଏ “,,ମନ ରେ ନୁହେଁ… ବୋଲି ପ୍ରମାଣ ମଧ୍ୟ କରିଛନ୍ତି । ଏବେ ପାୟଲ ଙ୍କ ଏହି ବିଜୟ ଲାଭ ପାଇଁ ଚରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related posts

ଏକାମ୍ର କ୍ଷେତ୍ର ର ବିନ୍ଦୁସାଗରରେ ଆଳତି, ଏପ୍ରିଲ ୨ ଚୈତ ପୁର୍ଣିମା ପନ୍ଦର ତମ ବିନ୍ଦୁସାଗର ଆଳତି ଅନୁଷ୍ଠିତ ହୋଇଯାଇଛି

Sunil Chandra Nayak

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

masiha

Leave a Comment

error: Content is protected !!