ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

ଭୁବନେଶ୍ୱର, ୨୮/୦୪/୨୦୨୬: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋକ ଭବନ ଛକରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଦଳର ବରିଷ୍ଠ ନେତା ଓ କର୍ମୀମାନେ ଏହି ଅବସରରେ ଯୋଗଦେଇ ଏହି ମହାନ ବରପୁତ୍ର ଓ ଆଧୁନିକ ଓଡ଼ିଶାର ସ୍ତପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ।

ପରେ ଶଙ୍ଖ ଭବନରେ ଆଧୁନିକ ଓଡ଼ିଶା ନିର୍ମାଣ ଗଠନରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ରଳ ଗୌରବ ମଧୁସୂଦନ ଦାସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମଧୁସୂଦନ ଦାସଙ୍କ ଜୀବନ, ଆଦର୍ଶ, ସାମାଜିକ ନ୍ୟାୟ ଓ ଜାତି ଗଠନରେ ତାଙ୍କ ଅସାମାନ୍ୟ ଅବଦାନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତାଙ୍କ ଦୃଷ୍ଟିକୋଣ ଓ ସମାଜ ଗଠନର ଭାବନା ଉପରେ ଏକ ସଭା ମଧ୍ୟ ଆୟୋଜିତ ହୋଇଥିଲା । 

ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ମଧୁସୂଦନ ଦାସ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକତ୍ର କରିବା ଆନେ୍ଦାଳନର ପ୍ରମୁଖ ନେତା ଥିଲେ । ଯେଉଁମାନେ ସେତେବେଳେ ବଙ୍ଗ, ମଦ୍ରାସା ଓ କେନ୍ଦ୍ର ପ୍ରଦେଶ ଭଳି ଭିନ୍ନ ଭିନ୍ନ ପ୍ରାନ୍ତରେ ବିଖଣ୍ଡିତ ଥିଲେ, ତାଙ୍କର ଅବିରତ ପ୍ରୟାସ ଓ ସଂଘର୍ଷ ଫଳରେ ୧୯୩୬ ମସିହାରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରାନ୍ତ ଭାବେ ଗଠନ କରାଯିବାର ପଥ ପ୍ରସ୍ତୁତ ହୋଇଥିଲା । ଉକ୍ରଳ ସମ୍ମିଳନୀରେ ତାଙ୍କର ନେତୃତ୍ୱ ଜନମତକୁ ସଂଗଠିତ କରିବା ଓ ଓଡ଼ିଆ ଜାତୀୟତାକୁ ଦେଶ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ତାଙ୍କର ଭୂମିକା ଅନନ୍ୟ ଥିଲା । 

ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ଯେତେବେଳେ ଓଡ଼ିଆ ଭାଷା ଅବହେଳିତ ହେବାର ସମ୍ଭାବନାରେ ଥିଲା, ସେତେବେଳେ ମଧୁସୂଦନ ଦାସ ଏହାକୁ ସୁରକ୍ଷିତ ଓ ପ୍ରଚାର କରିବା ପାଇଁ ଅନବରତ ପ୍ରୟାସ କରିଥିଲେ । ସେ ଭାଷା ଆଧାରିତ ପ୍ରଶାସନିକ ଏକତାକୁ ସମର୍ଥନ କରି, ନୂତନ ଗଠିତ ପ୍ରାନ୍ତର ମୂଳ ଚିହ୍ନଟ ଭାବେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସ୍ଥାପିତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ ଓ ଅନ୍ୟମାନେ ଉଦ୍ବୋଧନ ଦେଇଥିଲେ । ପ୍ରବକ୍ତା ଶ୍ରୀ ମିହିର ରାୟ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ରାଉତ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜୟ ନାୟକ, ଡ଼ ପ୍ରିୟବ୍ରତ ମାଝୀ, ସଞ୍ଜିତ ମହାନ୍ତି, ରଘୁନାଥ ସାହୁ, ଦୁର୍ଗା ସାମନ୍ତରାୟ, ରଞ୍ଜୁଲତା ରାୟ, ମହାମାୟା ସ୍ୱାଇଁ, ଅଲ୍ଲିଅଳୀ ମଲ୍ଲିକ, ପୁଷ୍ପା ସେଠୀ, ପୁଷ୍ପା ରାଉତ, ମାନସୀ ସୁନ୍ଦରରାୟ, ଆସିଆ ବେଗମ, ରିଜ୍ୱାନା ବେଗମ, ଅମରଜିତ ସେନାପତି, ସୋଫିଆ ଆଲମ, କବିତା ସ୍ୱାଇଁ, ମନୋଜ ସେନାପତି, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ମନୋଜ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ଲଗ୍ନାଦୀପା ମିଶ୍ର, ତରବେଜ୍ ଆଲମ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଭରତ ଲେଙ୍କା, ଆଶିଷ ପଟ୍ଟନାୟକ, ସସ୍ମିତା ନନ୍ଦ, ବାସନ୍ତୀ ସିଂ, ଈଲା ସ୍ୱାଇଁ, ପରୱାନ ପରଭିନ, ପ୍ରୀତିନନ୍ଦା ରାଉତରାୟ, ବନଜା ମହାନ୍ତି, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସଂଯୁକ୍ତା ମହାନ୍ତି, ଅମରଜିତ ଗଜେନ୍ଦ୍ର, ଭାଗୀରଥି ମଲ୍ଲିକ, ସ୍ନେହାଶିଷ ଜେନା, ଶୁଭମ ଶୁଭଦର୍ଶୀ ଖଟୁଆ, ଦିବ୍ୟସିଂହ ସେଠୀ, ସଚ୍ଚିକାନ୍ତ ସାହୁ, ରବୀନ୍ଦ୍ର ମହାରଣା, ସଞ୍ଜୟ ସେଠୀ, ବିକ୍ରମ ରଞ୍ଜିତ ପଟ୍ଟନାୟକ, ସଞ୍ଜିତ ମହାନ୍ତି, ସୁଭ୍ରାଂଶୁ ପାଢ଼ୀ, ଶେଖ୍ ନୱାଜ ଓ ଆପ୍ତାବ ଆଲମ ଖାନ, ସୁଦୀପ୍ତ କେଶରୀ ସାମଲ, ଦୀପକ ବେହେରା, ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ନିଆରା ପର୍ବ ପୌଷପୁର୍ଣିମା

masiha

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

ଲଗାଣ ବର୍ଷା ରେ ହାଜାମ ଙ୍କ ଘର ଭାଙ୍ଗିଲା 

Sunil Chandra Nayak

Leave a Comment

error: Content is protected !!