ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଯୁଗଳ କିଶୋର ମହାକୁଡ଼ ଙ୍କ ବିୟୋଗରେ ଶୋକ 

ସମାଜସେବୀ ଯୁଗଳ କିଶୋର ମହାକୁଡ଼ ଙ୍କ ବିୟୋଗରେ ଶୋକ 

ରାଉରକେଲା : ପଶ୍ଚିମ ଓଡିଶା ର ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ମହାକୁଡ଼ ଙ୍କ ବିୟୋଗରେ ରାଉରକେଲା ଇଂଞ୍ଜିନିୟର୍ସ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି l ସ୍ବର୍ଗତ ମହାକୁଡ଼ ସମ୍ବଲପୁର ରେ ରହୁଥିଲେ ମଧ୍ୟ୍ୟ ରାଉରକେଲା ର ବିକାଶ ପ୍ରତି ତାଙ୍କ ର ଆନ୍ତରିକତା ତଥା ଉଦ୍ୟମ ରହିଥିବା ରୁ ସହରବାସୀ ନିକଟରେ ସେ ସ୍ମରଣୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି l ପଶ୍ଚିମ ଓଡିଶା ର ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଭଳି ତିନି ଗୁରୁତ୍ୱପୂର୍ଣ୍ଣ ସହରରେ ବିଭିନ୍ନ ଅନୁଷ୍ଠାନ ସ୍ଥାପନ ରେ ତାଙ୍କ ର ଉଦ୍ୟମ ରହିଛି l ଏଥିରେ ଝାରସୁଗୁଡା ବିମାନବନ୍ଦର, ସମ୍ବଲପୁର ରେ କୃଷି ବିଶ୍ୱବିଦ୍ୟାଳୟ, ପ୍ରତିଷ୍ଠା ରେ ତାଙ୍କର ଭୂମିକା ରହିଛି l ସେହିପରି ରାଉରକେଲାରେ ଏକ ସ୍ୱତନ୍ତ୍ର ରେଳବାଇ ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ପଡ଼ି ରହିଥିବା ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ଏହା ଏକ ଦୃଢ଼ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ଙ୍କୁ ଦେଇଛନ୍ତି । ରାଉରକେଲା ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଏବଂ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ଏକ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହା ବ୍ୟାପକ ଖଣି, ଇସ୍ପାତ ଏବଂ ମାଲ୍ ପରିବହନ କାର୍ଯ୍ୟକ୍ଷମତା ପାଇଁ ସହାୟକ ହେବା ସହ ଭାରତୀୟ ରେଳବାଇର ରାଜସ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ବୋଲି ସେ ଉଲ୍ଲେଖ କରିଥିଲେ lସମ୍ବଲପୁର–ଝାରସୁଗୁଡ଼ା–ସୁନ୍ଦରଗଡ଼–ରାଉରକେଲା କରିଡର (ପ୍ରାୟ ୧୮୮ କିମି) କୁ ୬–୮ ଲେନ୍ ବିଶିଷ୍ଟ(ଜାତୀୟ ରାଜପଥ ) ଏକ୍ସପ୍ରେସ ୱେ ଭାବେ ବିକଶିତ କରିବା ନିମନ୍ତେ ମଧ୍ୟ୍ୟ ସେ ରାଷ୍ଟ୍ରପତି ଙ୍କ ପତ୍ର ଲେଖିଛନ୍ତି l ଏହାବାଦ ରାଉରକେଲା ରେ ଅନ୍ତର୍ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ, ସରକାରୀ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା, ତାଳଚେର ବିମଳଗଡ଼ ରେଳପଥ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଓ ରାଉରକେଲା ଇସ୍ପାତ କାରଖାନା ଉତ୍ପାଦନ କୁ ୯ ଏମ ଟି ବୃଦ୍ଧି କରିବା ଆଦି ଦାବି ଉପସ୍ଥାପନ କରିବା ରେ ତାଙ୍କ ଭୂମିକା ରହିଛି l ତାଙ୍କ ବିୟୋଗ ରେ ରାଉରକେଲା ବାସୀଙ୍କ ଅପୂରଣୀୟ କ୍ଷତି ଘଟିଛି ବୋଲି ସଂଘ ପକ୍ଷରୁ ବିମଳ କୁମାର ବିଶି, ଫକୀର ଚରଣ ମହାନ୍ତି, ଭାରତ ଭୂଷଣ ମହାନ୍ତି ଓ ନଳିନୀକାନ୍ତ ଧର ପ୍ରମୁଖ ପ୍ରକାଶ କରିଛନ୍ତି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ଜନ୍ମତିଥି ପାଳନ କଲା ଢେଙ୍କାନାଳ ଥିଙ୍କର୍ସ ଫୋରମ 

Sunil Chandra Nayak

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

masiha

ବାଇକ ଦୁର୍ଘଟଣାରେ ବୃଦ୍ଧା ଗୁରୁତର

Sunil Chandra Nayak

Leave a Comment

error: Content is protected !!