ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ 

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ 

ନବରଙ୍ଗପୁର :(ତା ୧.୫.୨୦୨୬:)(ରବି ନାରାୟଣ ମହାନ୍ତି)ଆଜି ସହର ସ୍ଥିତ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଦିବା ୧୧.୩୦ ମି ସମୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ଯୋଗ୍ୟ ବିବେଚିତ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନ କରାଗଲା।ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ବିଧାୟକ ଡାବୁ ଗାଁ ମନୋହର ରାନ୍ଧାରି,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୌରାଧକ୍ଷ କୁନୁ ନାୟକ,ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ,ବିଧାୟକ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଷୋୟୀପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା ଶ୍ରମିକ ମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ ଉପରେ ସବିଶେଷ ତଥ୍ଯ ଉପସ୍ଥାପନ କରି ସଭା ପରିଚାଳନା କରିଥିଲେ।

ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ ଶ୍ରମିକ ମାନେ ହେଉଛନ୍ତି ରାଷ୍ଟ୍ର ଓ ଭିତ୍ତିଭୂମିର ବିକାଶ ର କର୍ଣ୍ଣଧାର,ତାଙ୍କର ଉନ୍ନତି ହେଲେ ରାଷ୍ଟ୍ର ର ଉନ୍ନତି ସମ୍ବବ ହେବ ଏବଂ ହିତାଧିକାରୀ ଶ୍ରମିକ ଯେପରି ପଞ୍ଜୀକୃତ ହୋଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଉଚିତ ସହାୟତା ପାଇପାରିବେ ତା ଉପରେ ବିଶେଷ ସଚେତନତାର ଆବଶ୍ୟକ ସହ ବିଭାଗୀୟ ପଦକ୍ଷେପ ଉପରେ ଗୁରୁତ୍ବ ଦେଇଥିଲେ।ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବିଶେଷ ଗୁରୁତ୍ବ ଦେଇ ଶିକ୍ଷା , ମୃତ୍ୟୁକାଳୀନ ,ବିବାହ, ପ୍ରସୂତିକାଳୀନ , ଅନ୍ତେଷ୍ଟି କ୍ରିୟା,ଦୁର୍ଘଟଣା ଜନିତ ମୃତ୍ୟୁ/ ଅକ୍ଷମ, ଦୂରାରୋଗ୍ୟ ବ୍ୟାଧି ନିମନ୍ତେ ଆର୍ଥିକ ସହାୟତା ଯୋଗାଉଛନ୍ତି ଏବଂ ଏଥିପାଇଁ ସମସ୍ତ ଶ୍ରମିକ ନିଜ ନିଜ ର ନାମ ପଞ୍ଜୀକୃତ କରିବା,ଦାଦନ ଶ୍ରମିକ ଭାବେ ବାହାରକୁ ଯିବାକୁ ମନା କରିବା, ଆବାସ ଯୋଜନା ର ସହାୟତା ନେବା ଓ ସରକାରଂକ ବିଭିନ୍ନ ଜନ ହିତକର ଯୋଜନାରେ ସାମିଲ ହେବାକୁ ଆହ୍ଵାନ କରିଥିଲେ। ଅଧ୍ୟକ୍ଷ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସମସ୍ତ ଶ୍ରମିକ ପଞ୍ଜୀକରଣ କରିବାକୁ ଆହ୍ୱାନ ସହ ଧାର୍ଯ୍ୟ ମଜୁରୀ ଠାରୁ କମ୍ ପ୍ରାପ୍ତ ହେଲେ ସଙ୍ଗେ ସଙ୍ଗେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଉକ୍ତ ସମାରୋହରେ ଆଜି ଜିଲ୍ଲାରେ ୧୨୧ଜଣ ହିତାଧିକାରୀଙ୍କୁ ଟ ୧୨,୮୫,୬୦୦/- (ଶିକ୍ଷା ସହାୟତା), ୩୫୬ଜଣ ହିତାଧିକାରୀଙ୍କୁ ଟ.୧,୭୮,୦୦,୦୦୦/- (ବିବାହ ସହାୟତା) , ୧୧୪ ଜଣ ହିତାଧିକାରୀଙ୍କୁ ଟ ୧୧,୪୦,୦୦୦/-(ପ୍ରସୂତିକାଳୀନ ସହାୟତା), ୮୭ଜଣ ହିତାଧିକାରୀଙ୍କୁ ଟ ୨,୪୯,୦୦,୦୦୦/-(ମୃତ୍ୟୁ କାଳୀନ ସହାୟତା), ୮୦ଜଣ ହିତାଧିକାରୀଙ୍କୁ ଟ ୪,୦୦,୦୦୦/- (ଅନ୍ତୋଷ୍ଟିକ୍ରିୟା) ସହାୟତା ରାଶି ଏଭଳି ସର୍ବ ମୋଟ ୭୫୮ହିତାଧିକାରୀଙ୍କୁ ଟ ୪,୫୫,୨୫,୬୦୦/- ଡିବିଟି ମାଧ୍ୟମରେ ନିର୍ମାଣ ଶ୍ରମିକ ଙ୍କ ଜମା ଖାତାକୁ ପ୍ରଦାନ କରାଯାଉଛି। ସମାରୋହରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶିର ଡ଼ମି ଚେକ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର ପରମେଶ୍ୱର ବିଷୋୟୀ,ବିଶ୍ୱକର୍ମା ମଜଦୂର ସଂଘ ର ଖଗେଶ୍ୱର ବିଶୋୟୀ,କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ର ରାମ ବିଷୋୟୀ,ସ୍ୱାଭିମାନ କୁଳି ମଜୁରିଆ ରାଜମିସ୍ତ୍ରୀ ସଂଘର ସୁଜିତ୍ କୁମାର ହିଆଲ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଅନ୍ୟାନ୍ୟ ସରକାରୀ ଅଧିକାରୀ, ଗଣମାଧ୍ଯମ ପ୍ରତିନିଧି ଏବଂ ପ୍ରାୟ ୩୫୦ ରୁ ଅଧିକ ଜଣ ଶ୍ରମିକ ଭାଇ ଭଉଣୀ ଉପସ୍ଥିତ ଥିଲେ।ଶ୍ରମ ବିଭାଗ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

Sunil Chandra Nayak

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ

Sunil Chandra Nayak

ୱାର୍କିଂ ମିଡିଆ ଏସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

masiha

Leave a Comment

error: Content is protected !!