ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାବେଚ୍ ପରିଧାନ କଲେ ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକ

କଳାବେଚ୍ ପରିଧାନ କଲେ ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକ

ଖଇରା,୦୧/୫/୨୬- ବିଜେଡ଼ି ସରକାର ସମୟରେ ବିଜେପି ବିରୋଧୀ ଦଳରେ ଥିଲା । ସେତେବେଳେ ମଧ୍ୟ ସାମ୍ବାଦିକ ମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆନ୍ଦୋଳନ, ଗଣଧାରଣା ଇତ୍ୟାଦିରେ ସାମିଲ ହେଉଥିଲେ । ବର୍ତ୍ତମାନର ଏହି ବିଜେପି ସରକାର ସେତେବେଳେ ସାମ୍ବାଦିକ ମାନଙ୍କର ଦାବି ଯଥାର୍ଥ ବୋଲି କହିଥିଲେ ଏବଂ ଆମ ସରକାର ଅର୍ଥାତ୍ ବିଜେପି ସରକାରକୁ ଆସିଲେ ସାମ୍ବାଦିକ ମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଜେପି ଦଳ ସରକାରକୁ ଆସିବା ୨ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ସାମ୍ବାଦିକ ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ହୋଇଛି । ମୋହନ ସରକାର କଥା ଦେଇ କଥା ଭୁଲିଗଲେ । ପ୍ରତିବାଦରେ ଗତ ତା ୨୯/୪/୨୦୨୬ ରିଖ ବୁଧବାର ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନିର୍ଦ୍ଦେଶରେ ବାଲେଶ୍ଵର ଶାଖା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଗଣଧାରଣା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ତା ୦୧/୫/୨୦୨୬ ରିଖ ଶୁକ୍ରବାର ଖଇରା ବ୍ଲକ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାମ୍ବାଦିକ ମାନେ କଳାବେଚ୍ ପରିଧାନ କରିଛନ୍ତି । ଏହାପରେ ମୋହନ ସରକାର ଯଦି ସାମ୍ବାଦିକ ମାନଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ନ ନିଅନ୍ତି ତା ପ୍ରତିବାଦରେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଉତ୍କଳ ସାମ୍ବାଦିକ ସଂଘ ଚେତାବନୀ ଦେଇଛନ୍ତି । ହେ ସରକାର ! ଭୁଲନ୍ତୁ ନାହିଁ ଦେଇଥିବା କଥା ତୁରନ୍ତ ପୂରଣ କରନ୍ତୁ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

କେବେ କର୍ଯ୍ୟ କ୍ଷମ୍ ହେବ ଜୁନାଗଡ ରକ୍ତ ସଂଗ୍ରକ୍ଷଣ କେନ୍ଦ୍ର

Sunil Chandra Nayak

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

Sunil Chandra Nayak

Leave a Comment

error: Content is protected !!