ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଜଳେଶ୍ଵର,୧/୫(ମନିସ)–ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ପ୍ରଧାନ ଦର୍ଶନଶାସ୍ତ୍ର ସମ୍ମାନ ପରୀକ୍ଷାରେ ୧୮୦୦ ରୁ ୧୬୧୫(୮୯.୭୨%) ରଖି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି।ତାଙ୍କର ପିତା ଭୋଗରାଇ ବ୍ଲକ ଅନ୍ତର୍ଗତ ବଡ ମନ୍ଦାରୁଣି ଗ୍ରାମର ଉମେଶ ଚନ୍ଦ୍ର ପ୍ରଧାନ ଖଡଗପୁରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ମାଆ ବିଷ୍ଣୁପ୍ରିୟା ପ୍ରଧାନ ଜଣେ ସୁଗୃହିଣୀ ଅଟନ୍ତି।ସେ ଦିନକୁ ଅଧିକ ୫/୬ ଘଣ୍ଟା ଅଧ୍ୟୟନ କରନ୍ତି।ଭବିଷ୍ୟତରେ ସେ ଜଣେ ଅଧ୍ୟାପିକା ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।ତାଙ୍କର ସଫଳତା ପାଇଁ ସେ ମହାବିଦ୍ୟାଳୟର ନୂତନ ଅଧକ୍ଷ ଡ. ହିମାଂଶୁ ଶେଖର ସାମଲ ଓ ପୂର୍ବତନ ଅଧକ୍ଷ ସୁକାନ୍ତ କୁମାର ଦାସ,ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସନ୍ନ୍ୟାସୀ ଚରଣ ପାତ୍ର,ଅଧ୍ୟାପକ ଜଗନ୍ନାଥ ପ୍ରସାଦ ମହାନ୍ତି,ଅଧ୍ୟାପକ କୁନାଲ କୁମାର ଖଟୁଆ ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଓ ମାଗଣା ସ୍ବାସ୍ଥ୍ୟସେବା ଶିବିର 

Sunil Chandra Nayak

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!