ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଜଳେଶ୍ଵର,୧/୫(ମନିସ)–ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ଗିରି ଇତିହାସ ସମ୍ମାନ ପରୀକ୍ଷାରେ ୧୮୦୦ ରୁ ୧୫୩୭(୮୫.୩୭%) ରଖି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି।ତାଙ୍କର ପିତା ଶାନ୍ତିଆ ଦେଉଳି ପଞ୍ଚୁଘଣ୍ଟା ଅଞ୍ଚଳର ସୁବେଦାର ଅଶୋକ କୁମାର ଗିରି ପୁନେ ମିଲିଟାରୀ ଷ୍ଟେସନ ଠାରେ ଇଣ୍ଡିଆନ୍ ଆର୍ମୀ ଅଧୀନରେ ସୁବେଦାର ରୂପେ କାର୍ଯ୍ୟ କରୁଥିବା ବେଳେ ମାଆ ଦେବସ୍ମିତା ଗିରି ଜଣେ ସୁଗୃହିଣୀ ଅଟନ୍ତି।ସେ ଦିନକୁ ଅଧିକ 

୬/୭ ଘଣ୍ଟା ଅଧ୍ୟୟନ କରନ୍ତି।ଭବିଷ୍ୟତରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।ତାଙ୍କର ସଫଳତା ପାଇଁ ସେ ମହାବିଦ୍ୟାଳୟର ନୂତନ ଅଧକ୍ଷ ଡ. ହିମାଂଶୁ ଶେଖର ସାମଲ ଓ ପୂର୍ବତନ ଅଧକ୍ଷ ସୁକାନ୍ତ କୁମାର ଦାସ, ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ମାନସ କୁମାର ଦାଶ,ଅଧ୍ୟାପକ ତପନ କୁମାର ପାତ୍ର ,ଅଧ୍ୟାପକ ବିଶ୍ୱ ରଞ୍ଜନ ପୃଷ୍ଟି ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ପ୍ରଥମ ଥର ପାଇଁ ଇତିହାସ ସମ୍ମାନ ପରୀକ୍ଷାରେ ଦୀନକୃଷ୍ଣ ମହାବିଦ୍ୟାଳୟରୁ ଟପ୍ପର ହୋଇଥିବା ଶ୍ରୀ ଆୟୁଷ୍ମାନ ଗିରିଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସୁଲୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

Sunil Chandra Nayak

ତ୍ରୀନାଥ ମନ୍ଦିରର ରତ୍ନ ମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭ ଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

Sunil Chandra Nayak

Leave a Comment

error: Content is protected !!