ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ଜଳେଶ୍ଵର,୧/୫(ମନିସ)–ଦୀନକୃଷ୍ଣ ମହାବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ଗିରି ଇତିହାସ ସମ୍ମାନ ପରୀକ୍ଷାରେ ୧୮୦୦ ରୁ ୧୫୩୭(୮୫.୩୭%) ରଖି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି।ତାଙ୍କର ପିତା ଶାନ୍ତିଆ ଦେଉଳି ପଞ୍ଚୁଘଣ୍ଟା ଅଞ୍ଚଳର ସୁବେଦାର ଅଶୋକ କୁମାର ଗିରି ପୁନେ ମିଲିଟାରୀ ଷ୍ଟେସନ ଠାରେ ଇଣ୍ଡିଆନ୍ ଆର୍ମୀ ଅଧୀନରେ ସୁବେଦାର ରୂପେ କାର୍ଯ୍ୟ କରୁଥିବା ବେଳେ ମାଆ ଦେବସ୍ମିତା ଗିରି ଜଣେ ସୁଗୃହିଣୀ ଅଟନ୍ତି।ସେ ଦିନକୁ ଅଧିକ 

୬/୭ ଘଣ୍ଟା ଅଧ୍ୟୟନ କରନ୍ତି।ଭବିଷ୍ୟତରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି।ତାଙ୍କର ସଫଳତା ପାଇଁ ସେ ମହାବିଦ୍ୟାଳୟର ନୂତନ ଅଧକ୍ଷ ଡ. ହିମାଂଶୁ ଶେଖର ସାମଲ ଓ ପୂର୍ବତନ ଅଧକ୍ଷ ସୁକାନ୍ତ କୁମାର ଦାସ, ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ. ମାନସ କୁମାର ଦାଶ,ଅଧ୍ୟାପକ ତପନ କୁମାର ପାତ୍ର ,ଅଧ୍ୟାପକ ବିଶ୍ୱ ରଞ୍ଜନ ପୃଷ୍ଟି ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ପ୍ରଥମ ଥର ପାଇଁ ଇତିହାସ ସମ୍ମାନ ପରୀକ୍ଷାରେ ଦୀନକୃଷ୍ଣ ମହାବିଦ୍ୟାଳୟରୁ ଟପ୍ପର ହୋଇଥିବା ଶ୍ରୀ ଆୟୁଷ୍ମାନ ଗିରିଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସୁଲୁମାର ରଣା ଙ୍କ ରିପୋର୍ଟ୍ 

Related posts

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

masiha

ରାଉରକେଲା ସେକ୍ଟର-୨ ଲକ୍ଷ୍ମୀ ମଣ୍ଡପରେ ମହାସମାରୋହରେ ପାଳନ ହେଲା ହିନ୍ଦୁ ନବବର୍ଷ-୨୦୨୫

masiha

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

Leave a Comment

error: Content is protected !!