ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁନିଆ ଧଡ଼ି ନାଳରୁ ଗାଈ ଉଦ୍ଧାର :ଅବ୍ୟବସ୍ଥିତ ନାଳ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ, ପ୍ରଶାସନର ଦୃଷ୍ଟି ଦେବା ଦାବୀ 

ଲୁନିଆ ଧଡ଼ି ନାଳରୁ ଗାଈ ଉଦ୍ଧାର :ଅବ୍ୟବସ୍ଥିତ ନାଳ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ, ପ୍ରଶାସନର ଦୃଷ୍ଟି ଦେବା ଦାବୀ 

ଉମରକୋଟ:(୧୨|୯)(ରବି ନାରାୟଣ ମହାନ୍ତି)ଲଗାଣ ବର୍ଷା ମଧ୍ୟରେ ଉମରକୋଟ ସହରର ଲୁନିଆ ଧଡ଼ି ନାଳରେ ଏକ ଗାଈ ପଡ଼ିଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନାଳଟି ଖୋଲା ରହିଥିବାରୁ ଗାଈଟି ନାଳ ଭିତରେ ଫସି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ଦଉଡ଼ି ସାହାଯ୍ୟରେ ଗାଈଟିକୁ ନାଳରୁ ଉଦ୍ଧାର କରିଥିଲେ।ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଲୁନିଆ ଧଡ଼ି ଅଞ୍ଚଳରେ ନାଳ ଖୋଲା ରହିବା ସହ ଠିକ୍‌ ଭାବେ ଆବରଣ କରାଯାଇନଥିବାରୁ ବର୍ଷା ଦିନରେ ଏହା ବିପଦର କାରଣ ପାଲଟିଛି। ନାଳ ନିକଟରେ ଯାତାୟାତ କରୁଥିବା ଲୋକ, ଛୋଟ ପିଲା ଓ ପଶୁମାନଙ୍କ ପାଇଁ ଏହା ବିଶେଷ ଭାବେ ବିପଦଜନକ ହୋଇପଡ଼ିଛି।ସହରର ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ନାଳ ନିର୍ମାଣ ହେଉଥିବା ବେଳେ ଏହା ଲୋକଙ୍କ ପାଇଁ ଯେପରି ବିପଦର କାରଣ ନହୁଏ, ସେଥିପ୍ରତି ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ। ନାଳକୁ ସୁରକ୍ଷିତ ଭାବେ ଆବରଣ କରିବା ସହ ଆବଶ୍ୟକ ସ୍ଥାନରେ ସତର୍କତାମୂଳକ ବ୍ୟବସ୍ଥା କରାଗଲେ ଆଗାମୀ ଦିନରେ ଏଭଳି ଅଘଟଣକୁ ଏଡ଼ାଇ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବୋରିଗାଁ ରେ ଆଦିବାସୀ ଦଶହରା ପାଳିତ 

masiha

ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତ

masiha

Leave a Comment

error: Content is protected !!