ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିବୋଝେଇ ଟ୍ରାକ୍ଟର ଓ ବୁଲେଟ୍ ଜବତ ଜଣେ ଗିରଫ 

ବାଲିବୋଝେଇ ଟ୍ରାକ୍ଟର ଓ ବୁଲେଟ୍ ଜବତ ଜଣେ ଗିରଫ 

ରାଇରଙ୍ଗପୁର – କରଞ୍ଜିଆ ଥାନା ଅଧୀନ କୁଦରସାହି ଦେଓ ନଦୀ ପଠାରେ ବେଆଇନ ବାଲି ଉତ୍ତୋଳନ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଥିସହ ବାଲି ବୋଝେଇ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ବୁଲେଟ୍ ମୋଟରସାଇକେଲ ଜବତ କରାଯାଇଛି।

ଗତ କାଲି ସନ୍ଧ୍ୟାରେ କରଞ୍ଜିଆ ଥାନା ଭାରାପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୭ ସେପ୍ଟେମ୍ବର ସନ୍ଧ୍ୟାରେ ଏସ୍‌ଆଇ ସୁଧାଂଶୁ ଶେଖର ସେଠୀ ଥାନା ଷ୍ଟାଫଙ୍କ ସହ ପାଟ୍ରୋଲିଂ କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ କୁଦରସାହି ଦେଓ ନଦୀ ପଠାରେ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ଖବର ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଡ୍ରାଇଭରମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ସେଠାରୁ ବାଲି ବୋଝେଇ ଦୁଇଟି ଟ୍ରାକ୍ଟର (ଓଡ଼ି ୧୧ ଏଡି ୮୪୯୧ ଓ ଓଡ଼ି ୧୧ ଏଏ ୦୯୪୧) ଜବତ କରାଯାଇଥିଲା।

ଏହି ସମୟରେ ରସମତଳା ଗ୍ରାମର ରାଧେଶ୍ୟାମ ଦାଶଙ୍କ ପୁଅ ଉମେଶ ଚନ୍ଦ୍ର ଦାଶ (୩୮) ବୁଲେଟ୍ (OD 11 AD 5332) ଯୋଗେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଗାଳିଗୁଲଜ କରିବା ସହ ଠେଲାପେଲା କରି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଜେରା ସମୟରେ ସେ ଟ୍ରାକ୍ଟର ଦୁଇଟି ନିଜେ ଲଗାଇଥିବା ସ୍ୱୀକାର କରିଥିବାବେଳେ ବାଲି ଉତ୍ତୋଳନ ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।

ଏନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୩୪୦, ତାରିଖ ୦୭.୦୯.୨୦୨୬ରେ ବିଏନ୍ଏସ ର ଧାରା ୩୦୩(୨)/୧୩୨/୨୯୬/୧୨୬(୨)/୩(୫) ସହିତ ଓଏମ (ପିଟିଏସ ଏବଂ ଓୟୁଏ) ଏକ୍ଟର ଧାରା ୧୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଉମେଶ ଚନ୍ଦ୍ର ଦାଶଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବାବେଳେ ଫେରାର ଅଭିଯୁକ୍ତମାନଙ୍କ ବିରୋଧରେ ଆଇନାନୁଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବିବାହିତ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲାରେ ଯୁବକ କୋର୍ଟ ଚାଲାଣ 

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ସମେତ ସ୍କୁଟି ଜବତ ଅଭିଯୁକ୍ତ ଗିରଫ !!!

Sunil Chandra Nayak

ଭିଜିଲାନ୍ସ ଟ୍ରାପରେ ଥୁଆମୂଳ ରାମପୁର ମୃତ୍ତିକା ସଂରକ୍ଷଣ ଓଭରସିୟର

Sunil Chandra Nayak

Leave a Comment

error: Content is protected !!