ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ପ୍ରାଧ୍ୟାପକ ଡ଼. ହିମାଂଶୁ ଶେଖର ସାମଲ 

ଦୀନକୃଷ୍ଣ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ପ୍ରାଧ୍ୟାପକ ଡ଼. ହିମାଂଶୁ ଶେଖର ସାମଲ 

ଜଳେଶ୍ଵର,୧/୫-(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସୁଗୋ ପଞ୍ଚାୟତ ଅଧୀନ ଧାନସିମୁଳିଆସ୍ଥିତ ଉତ୍ତର ବାଲେଶ୍ୱରର ସର୍ବ ପୁରାତନ ଦୀନକୃଷ୍ଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ଦାସ ଗତ ୩୦ ତାରିଖ ଅପରାହ୍ନରେ ଅବସର ଗ୍ରହଣ କରିଛନ୍ତି।ନୂତନ ଅଧ୍ୟକ୍ଷ ରୂପେ ଗଣିତ ପ୍ରାଧ୍ୟାପକ ଡ଼. ହିମାଂଶୁ ଶେଖର ସାମଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି,ଜଳେଶ୍ଵର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ ପଟ୍ଟନାୟକ,ମହାବିଦ୍ୟାଳୟର ପରିଚାଳନା କମିିଟିର ପୂର୍ବତନ ସଭାପତି କମଳାକାନ୍ତ ଚନ୍ଦ,ଭୋଗରାଇ ଆର. ଆଇ. ଏଚ.ଏସ ର ଅଧ୍ୟାପକ ଡ. ନୀଳକଣ୍ଠ ଖଣ୍ଡା,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ଚିତ୍ତ ରଞ୍ଜନ ଭଞ୍ଜ,ଡ. ସୂର୍ଯ୍ୟକାନ୍ତ ମହାନ୍ତି ଓ ଡ. ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଡ.ସାମଲଙ୍କୁ ସ୍ବାଗତ ଜଣାଇବା ସହିତ ବିଦାୟୀ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ସମ୍ବର୍ଧନା ଜଣାଇଥିଲେ।ଉକ୍ତ କାର୍ଯ୍ଯକ୍ରମରେ ପ୍ରାଧ୍ୟାପକ ପ୍ରଦୀପ କୁମାର ରାଉଳ,ପ୍ରାଧ୍ୟାପକ ସନ୍ନ୍ୟାସୀ ପାତ୍ର,ଅଧ୍ୟାପକ ଡ. ସୁଶାନ୍ତ କୁମାର ଗିରି , ଅଧ୍ୟାପକ ଡ. ମାନସ କୁମାର ଦାଶ,ଡ. ପୁଷ୍ପାଞ୍ଜଳି ପାଇକରାୟ,ଅଧ୍ୟାପକ ସୁଶାନ୍ତ କୁମାର ସାହୁ,ଅଧ୍ୟାପକ ରତନ କୁମାର କର ପ୍ରମୁଖ ଯୋଗଦେଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ କୋଲନରା ତହସିଲ ପରିଦର୍ଶନ

masiha

ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ପାଳିତ 

masiha

Leave a Comment

error: Content is protected !!