ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡାଙ୍କ ପ୍ରତିକୃତି

ବାଲୁକା କଳାରେ ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡାଙ୍କ ପ୍ରତିକୃତି

କର୍ଲାମୁଣ୍ଡା, ୦୩/୦୫ (ସୁଶାନ୍ତ ରଣା): କଳାହାଣ୍ଡି ର ଦାନ ମାଝି ଘଟଣାଟିର ଦଶ ବର୍ଷ ପରେ ଏଭଳି ଘଟଣା କେଉଁଝର ଜିଲ୍ଲାରେ ପୁନରାବୃତ୍ତି ହୋଇଛି । କେଉଁଝର ଜିଲ୍ଲାର ଜିତୁ ମୁଣ୍ଡାକୁ ନିଜର ହକ୍ ପାଇଁ ନିଜ ଭଉଣୀର ମୃତ୍ୟୁ ପରେ ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଭଉଣୀଙ୍କୁ ଜମା ଖାତା ରେ ଥିବା ୧୯୩୦୦ ଟଙ୍କା ପାଇବା ପାଇଁ ଅସମର୍ଥ ଥିଲେ । ମୃତ୍ୟୁ ପ୍ରମାଣ ପତ୍ରର ପ୍ରମାଣ ସ୍ୱରୂପ ପୋତା ଯାଇଥିବା ଶବ ର କଙ୍କାଳ କୁ ତିନି କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ବ୍ୟାଙ୍କ କର୍ତୃପକ୍ଷ ଙ୍କ ଆଖିଖୋଲି ଦେଇଥିଲେ ଓ ଓଡିଶାର ଦାରିଦ୍ର୍ୟତାର ଚିତ୍ରକୁ ସାରା ବିଶ୍ୱରେ ତୋଳି ଧରିଥିଲେ । ଫଳରେ ବର୍ତ୍ତମାନ ଅନେକ ମହଲରୁ ଜିତୁ ମୁଣ୍ଡଙ୍କୁ ସହାୟତା ର ସୁଅ ଛୁଟୁଛି । ଏଭଳି ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ ପାଇଁ ସମସ୍ତ ସରକାରୀ ଅଫିସ ଦପ୍ତରର ନିୟମ ଗୁଡିକୁ କୋହଳ କରି ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେବା ତଥା ଦରିଦ୍ରତା ଦୂରୀକରଣ କରିବା ଓ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ସକାଶେ କଳାହାଣ୍ଡି ଜିଲ୍ଲାର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ଜିତୁ ମୁଣ୍ଡାଙ୍କ ପ୍ରତିକୃତି ନିର୍ମାଣ କରି ସରକାରଙ୍କୁ ଅବଗତ କରାଇଛନ୍ତି ।

Related posts

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

Sunil Chandra Nayak

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!