ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁଖାଇ କଲୋନୀ ବାସିନ୍ଦା ଙ୍କ ବିରୋଧ – ଜାତୀୟ ରାଜପଥ ନିର୍ମାଣ ସ୍ଥଗିତ

ଢେଙ୍କାନାଳ: ଭୁବନ ଦେଇ ଯାଉଥିବା ୫୩ ନମ୍ବର ଜାତୀୟ ରାଜପଥ ଟି ଭଲୁଖାଇ କଲୋନୀ ର ୫୦ ଗୋଟି ପରିବାରଙ୍କ ର ଘର ରାସ୍ତାରେ ଯିବା ପାଇଁ ସର୍ଭେ ହୋଇଛି। ସୂଚନା ମୁତାବକ ସରକାରୀ ଜମି ରେ ଘର କରିଥିବା ହେତୁ କ୍ଷତି ପୁରଣ ବାବଦ କୁ ଆଂଶିକ ଆର୍ଥିକ ସହାୟତା ମିଳିଥିଲା କିନ୍ତୁ କରୋନା ସମୟ ରେ ଜୀବନ ଜୀବିକା ବିପନ୍ନ ହେବାରୁ ଘର ତିଆରି ନିମିତ୍ତ ମିଳିଥିବା ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ଫଳ ରେ ଘର କାମ ହୋଇ ପାରିନଥିଲା ।ଗତ କାଲି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଘର ଭଙ୍ଗା ଯାଉଥିବାରୁ ସଂପୃକ୍ତ ଅଂଚଳରେ ସ୍ଥାନୀୟ ବାସିନ୍ଦା ପ୍ରବଳ ବିରୋଧ କରିଥିଲେ । ଫଳ ରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା ।ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ୩୦ ଜଣ ଙ୍କୁ ଜାଗା ମିଶନ ଜରିଆରେ ଭୂମି ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଜରିଆରେ ପ୍ରଶାସନିକ ଅଧିକାରୀ ମାନେ ମତ ବ୍ୟକ୍ତ କରିଛନ୍ତି । ଏବଂ ତା ପରେ ଉଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ଜନସାଧରଣ ମାନଙ୍କୁ ପରାମର୍ଶ ଦେଇଛନ୍ତି।

   ଢେଙ୍କାନାଳ ରୁ  ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ : ସ୍ୱାଧୀନ ପ୍ରାର୍ଥୀ ଙ୍କ ଜୋରଦାର ପ୍ରଚାର

Sunil Chandra Nayak

ଖିଚିଂରେ ବିଶ୍ବ ଯୋଗଦିବସ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!