ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ରାଉରକେଲା: ୟୁଥ୍ ହଷ୍ଟେଲ ଆସୋସିଏସନ ରାଉରକେଲା ୟୁନିଟ୍ ଓ ରାଉରକେଲା କ୍ଲବ୍ ର ମିଳିତ ଆନୁକୁଲ୍ୟରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୟୁଥ୍ ହଷ୍ଟେଲ ଆସୋସିଏସନ୍ ରାଉରକେଲା ୟୁନିଟ୍ ର ସଭାପତି ପ୍ରତାପ କୁମାର ସ୍ୱାଇଁ , ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଙ୍କ ତତ୍ୱାବଧlନ ତଥା ରାଉରକେଲା କ୍ଲବର ସହଯୋଗ ଓ ମୋନାଲିସା ଗୌଡ଼ଙ୍କ ସଂଯୋଜନା ରେ ୨୬ ତମ ସନ୍ତରଣ ପ୍ରତିଯୋଗିତା ସେକ୍ଟର -୨୦ ସ୍ଥିତ ରାଉରକେଲା କ୍ଲବରେ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ସ୍କୁଲ କଲେଜର ୮୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଭାବେ ଆରଏସପି ର ନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଯୋଗଦେଇ ସନ୍ତରଣ ପ୍ରତଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରିବା ସହିତ ସନ୍ତରଣ ପ୍ରତିଯୋଗିତାର ଉପକାରିତା ଓ ଉତ୍ତମ ସ୍ବାସ୍ଥ୍ୟ ଗଠନ ଉପରେ ଆଗାମୀ ପିଢ଼ିକୁ ଉତ୍ତମ ଦିଗଦର୍ଶନ ମୂଳକ ବାର୍ତ୍ତା ପ୍ରଦାନ କରିଥଲେ l ୟୁଥ୍ ହଷ୍ଟେଲ ଆସୋସିଏସନର କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିବା ବେଳେ ୟୁଥ ହଷ୍ଟେଲର ସମ୍ପାଦକ ନିରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ୟୁଥ୍ ହଷ୍ଟେଲର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲା ଅନୁଗୁଳ ଦଳ 

Sunil Chandra Nayak

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

masiha

Leave a Comment

error: Content is protected !!