ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସଂଘର ଶପଥ ଗ୍ରହଣ ଉତ୍ସବ ,ପ୍ରାଥମିକ ଶିକ୍ଷକ ସଂଘ ଧରାକୋଟ 

ଶିକ୍ଷକ ସଂଘର ଶପଥ ଗ୍ରହଣ ଉତ୍ସବ ,ପ୍ରାଥମିକ ଶିକ୍ଷକ ସଂଘ ଧରାକୋଟ 

ଆସିକା ,୫/୫/୨୬ ( ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଏ ୟୁ ପି ଟି ଏଫ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଉତ୍ସବ ନିକଟସ୍ତୁ ବାଲ୍ମିକେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ଜିଲ୍ଲା ସଂଯୋଜକ ଦେବବ୍ରତ ପଟନାୟକ,ହିଞ୍ଜିଳି କାଟୁ ବ୍ଲକ ସଭାପତି ଉଲ୍ଲାସ ବେହେରା, ଆସିକା ବ୍ଲକ ସମ୍ପାଦକ ଅର୍ଜୁନ ନାହାକ, ଏକ୍ସ କ୍ୟାଡ଼ର ରାଜ୍ୟ ଉପ ସଭାପତି ବୁଲୁ ବେହେରା, ସୋରଡା ଏକ୍ସ କ୍ୟାଡ଼ର ସଭାପତି ପଞ୍ଚାନନ ଗୌଡ଼ ଯୋଗ ଦେଇଥିଲେ । ଧରାକୋଟ ବ୍ଲକର ନବ ନିର୍ବାଚିତ ସଭାପତି ସଭାପ ଅରୁଣ ପଟ୍ଟନାୟକ, ଉପ ସଭାପତି ଭାସ୍କର ବାଡତ୍ୟା, ସପ୍ନା ରାଣୀ ବେହେରା, ସମ୍ପାଦକ ପ୍ରଶାନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ବସନ୍ତ ବିଷୋୟୀ, ଦମୟନ୍ତୀ ଦାସ,ବାଇନଥ ସାହୁ, ଜିଲ୍ଲା ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଅମୂଲ୍ୟ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ କାଳୁ ଚରଣ ଗୌଡ ବ୍ଲକ ସଂଯୋଜକ ରବୀନ୍ଦ୍ର ନାଥ ପଲାଇ ପ୍ରମୁଖ ଶିକ୍ଷା, ଶିକ୍ଷକତା ଓ ସଙ୍ଗଠ ମର୍ଯ୍ୟାଦା କୁ ଅକ୍ଷୁଣ୍ଣ ରଖୁବା,ସଂଘ ନିୟମ ପରିସରରେ ନିଜକୁ ପରିଚାଳିତ କରି ଶିକ୍ଷକ ସମାଜର ସେବାରେ ନିଜକୁ ନିସ୍ବାର୍ଥପର ଭାବେ ଉତ୍ସର୍ଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଉପଦେଷ୍ଟା ଶୁକ୍ରୂ ବେହେରା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

Related posts

ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ

Sunil Chandra Nayak

ଭୁବନ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

masiha

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

Leave a Comment

error: Content is protected !!