ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

ଧର୍ମଗଡ ରେ ଭାଜପା ର ବିଜୟ ଉତ୍ସବ ପାଳନ

ଧର୍ମଗଡ:ପଶ୍ଚିମ ବଙ୍ଗ, ଆସାମ ଓ ପଡୁ ଚେରୀ ବିଧାନସଭା ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ ହେବା ପରେ ଆଜି ଧର୍ମଗଡ ଠାରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଙ୍କ ନେତୃତ୍ଵରେ ଶତାଧିକ ଭାଜପା କାର୍ଯ୍ଯକର୍ତ୍ତା ସ୍ଥାନୀୟ ଚାରିଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତିନିଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ । ବାଜା ବଜାଇ, ବାଣ ଫୁଟାଇବା ସହ କାର୍ଯ୍ୟକର୍ତ୍ତା ମାନେ ମିଠା ବାଣ୍ଟି ଥିଲେ । ଏହି ବିଜୟ ଉତ୍ସବ ରେ ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ, ଉପାଧ୍ୟକ୍ଷା ଶ୍ରୀମତୀ ଜୁଲି ମେହେର, କଲମପୁର ମଣ୍ଡଳ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ,ମଣ୍ଡଳ ସଭାପତି ଲଳିତ ବାଗ, ଚତୁର୍ଭୁଜ ତାଣ୍ଡି, ଅଜୟ ମେହେର, ମଧୁବନ ପାତ୍ର, ବସନ୍ତ ନାଗ, ଆଦିବାସି ମୋର୍ଚ୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର, ନଗର ଉପ ସଭାପତି ଘନଶ୍ୟାମ ଅଗ୍ରୱାଲ,ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଅପରେଶ ସ୍ୱାଇଁ, ଏସ ଆଇ ଆର ଆଇଟି ସେଲ ସଂଯୋଜକ ହୃଷୀକେଶ ମିଶ୍ର, ମନୀନ୍ଦ୍ର ଭୂଷଣ ପାତ୍ର, କାଉନସିଲର ପ୍ରବୀଣ ପଣ୍ଡା, ଜିଲ୍ଲା ଉପ ସଭାନେତ୍ରୀ ସୁକାନ୍ତି ସା, ନଗର ମହିଳା ନେତ୍ରୀ ମମତା କାଶ୍ୟପ, ନଗର ସମ୍ପାଦକ ବାଞ୍ଚାନିଧି ଯୋଶୀ, ସରପଞ୍ଚ ଗୌଲୋଚନ ଗୋପାଳ, ସଂଯୁକ୍ତା ବାଗ,ସମିତି ସଭ୍ୟ ଭୁବନେ ଶବର, ପ୍ରସନ୍ନ ବିହାରୀ, କିଶୋର ନାଗ ଙ୍କ ସମେତ ବହୁତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁ ଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକ ର ସମସ୍ତ ନିର୍ବାଚିତ ନେତା ଙ୍କ ସମୂହ ଇସ୍ତଫା 

ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ସମାରୋହ 

masiha

ନୂଆପଡା ଜିଲ୍ଲା କୁ ମାରାଥନ ନିର୍ବାଚନ ପ୍ରଚାରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ସୁନାବେଡ଼ା ଅଭୟାରଣ୍ୟ ରେ ଆଦିବାସୀ ଙ୍କ ସମାବେଶ, ନୂଆପଡ଼ା ରେ ରାତ୍ରିଯାପନ 

Sunil Chandra Nayak

Leave a Comment

error: Content is protected !!