ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

ନୂଆପଡା ,୦୫.୦୫.( ସୁଜିତ କୁମାର ପ୍ରଧାନ ) ତୁର୍କେଲ ବ୍ରିଜ ନିର୍ମାଣ ଦାବିରେ ମଙ୍ଗଳବାର ଖଡ଼ିଆଳ ଠାରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଡ଼ିଆଳ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରି ତହସିଲଦାର ନରସିଂହ ଗଡବାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ଅତିଶୀଘ୍ର ତୁର୍କେଲ ବ୍ରିଜ ନିର୍ମାଣ କରିବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖଡ଼ିଆଳ-ଭବାନୀପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ତୁର୍କେଲ ବ୍ରିଜର ଏକ ଅଂଶ ଗତ ୮ ମାସ ହେବ ଦବି ଯାଇଛି। ଯାହାଫଳରେ ଯାନବାହାନ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ରାସ୍ତା ଉପରେ ନୂଆପଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ରାସ୍ତା ବନ୍ଦ ଯୋଗୁଁ ଲୋକେ ନାହିନଥିବା ଅସୁବିଧା ଭୋଗ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ କିମ୍ୱା ରାଜ୍ୟ ସରକାର ମଧ୍ୟ ଆନ୍ତରିକତା ଦେଖାଉନାହାନ୍ତି। ଯାହାଫଳରେ ହଜାର ହଜାର ଲୋକେ ହଇରାଣ ହରକତରେ ପଡ଼ୁଛନ୍ତି। ରାଜ୍ୟ ସରକାର ଦୃଷ୍ଟି ଦେଇ ବ୍ରିଜ ନିର୍ମାଣ ତୁରନ୍ତ କରିବାକୁ ଦାବି ହୋଇଛି। ଏହି ଦାବିପତ୍ର ପ୍ରଦାନ ବେଳେ କୋଶଲ୍ ସଂଘର୍ଷ ବାହିନୀ ନୂଆପଡ଼ା ଜିଲ୍ଲା ସଭାପତି କେଶବ ଚନ୍ଦ୍ର ବେହେରା, କୋଶଲ୍ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜନାର୍ଦ୍ଦନ ସିଂ, ଖଡ଼ିଆଳ ବ୍ଲକ ସଭାପତି ଚୈତନ୍ୟ ତାଣ୍ଡି, ଟିକଚନ ଆଡବଙ୍ଗ, ଶ୍ୟାମ ସୁନ୍ଦର ବେହେରା, ହେମସାଗର ମାଝୀ, ସିପୁନ ଖମାରୀ, ଯୁଗଲ ମେହେର, ଜିତୁ ନାଏକ, ଥବିରାମ ବେହେରା, ପ୍ରଦୀପ ବେହେରା, ଚୂଡ଼ାମଣି ବାଗଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଗୋଳାମୁଣ୍ଡା ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଵିଜାତଳା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

Sunil Chandra Nayak

ଗନ୍ଧଳା ରେ ବିଜେଡି ର ସାଂଗଠନିକ ବୈଠକ 

Sunil Chandra Nayak

Leave a Comment

error: Content is protected !!