ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି

ପଲାସା ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ ନେଇ ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗ

ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ ଧୋକା ପ୍ରଦାନ କରୁଛି: ବିଜେଡି
ଓଡ଼ିଶାର ଅଞ୍ଚଳକୁ ଆନ୍ଧ୍ରକୁ ଟେକି ଦିଆଯାଉଛି
ଓଡିଶାର ହକ୍ ପାଇଁ ବିଜେପି ସାଂସଦ, ନେତାଙ୍କ ମୁହଁରେ ତୁଣ୍ଡି
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଅଞ୍ଚଳକୁ ପୂର୍ବତଟ ରେଳବାଇ ଅଧୀନକୁ ଅଣାଯାଉ 

ଭୁବନେଶ୍ୱର,(ଲିପିକା ରାଣୀ ରାଉତ);୦୫/୦୫/୨୦୨୬: ଆସନ୍ତା ଜୁନ୍ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ରାୟଗଡା ଡିଭିଜନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରାୟଗଡା ଡିଭିଜନ ଓ ରେଳ ମନ୍ତ୍ରଣାଳୟର ନୂଆ ଜୋନ୍ ଦକ୍ଷିଣତଟ ରେଳବାଇ ପୂର୍ବତଟ ଅଧୀନରେ ଥିବା ୱାଲ୍ଟିଅର ଡିଭିଜନକୁ ୨ ଭାଗରେ ବିଭକ୍ତ କରାଯାଇଛି । ଗୋଟେ ଭାଗ ରାୟଗଡା ଡିଭିଜନ ମାନେ ପୂର୍ବତଟ ରେଳବାଇ ଅଧୀନରେ ରଖାଯାଇଥିବା ବେଳେ ଆଉ ଏକ ଭାଗକୁ ନୂତନ ଗଠନ ହୋଇଥିବା ଜୋନ୍ ଦକ୍ଷିଣତଟ ରେଳବାଇ ଅଧୀନରେ ରଖାଯାଇଛି । ଏହାକୁ ନେଇ ଆଜି ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ରଖିଛି । 

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାରା ଦେଇ ଆସିଥିବା ବିଜେପି ସରକାର ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ବଦଳରେ କେବଳ ଧୋକା ପ୍ରଦାନ କରୁଛି । ଦୁଃଖ ଓ ପରିତାପର ବିଷୟ ବିଜେପିର ୨୦ ଲୋକସଭା ସାଂସଦ ଓଡିଶାକୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଆଖି ବୁଜି ଦେଇ ବସି ରହୁଛନ୍ତି ।  

ଡ଼ ମହାନ୍ତି କହିଛନ୍ତି, ୱାଲଟିଅର ଡିଭିଜନ ଯାହା ପୂର୍ବରୁ ପୂର୍ବତଟ ରେଳବାଇ ଅଧୀନରେ ଥିଲା, ତାକୁ ଭାଙ୍ଗି ରାୟଗଡା ଓ ବିଶାଖାପଟ୍ଟନମରେ ବିଭକ୍ତ କରାଯାଇଛି । ରାୟଗଡା ଡିଭିଜନକୁ ପୂର୍ବତଟ ରେଳବାଇରେ ରଖାଯାଇଛି । ବର୍ତ୍ତମାନ ନୂତନ ଗଠିତ ରାୟଗଡା ଡିଭିଜନରେ ମୋଟ ୬୯୬ କିଲୋମିଟର ରୁଟ୍ ରହିଛି । ତେବେ ରାୟଗଡା ଡିଭିଜନ ଭିତରେ ଥିବା ଅନେକ ଅଞ୍ଚଳ ଏବେବି ୱାଲ୍ଟିଅର ଡିଭିଜନରେ ରହିଛି । ଏହାଛଡା ଖୋର୍ଦ୍ଧା ରୋଡ୍ ଡିଭିଜନରେ ଥିବା ପଲାସା ଇଚ୍ଛାପୁରମ ୫୩ କିଲୋମିଟର ରୁଟ୍କୁ ମଧ୍ୟ ବିଶାଖାପଟ୍ଟନମ ଡିଭିଜନରେ ମିଶାଯାଇଛି ।  

ଏହାଦ୍ୱାରା ପୂର୍ବତଟ ରେଳବାଇର ରାଜସ୍ୱ ହ୍ରାସ ହେବ ବୋଲି ପ୍ରତିବାଦ କରାଯାଇ ବିଜେଡି ସମେତ ଅନ୍ୟ ରାଜନୈତିକ ଦଳ ମାନଙ୍କ ଦ୍ୱାରା ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ରେଳ ବିଭାଗ କର୍ଣ୍ଣପାତ କରୁ ନାହିଁ । ବର୍ତ୍ତମାନ ପୂର୍ବତଟ ଅଧୀନରେ ସମ୍ୱଲପୁର ଡିଭିଜନ, ଖୋର୍ଦ୍ଧା ରୋଡ୍ ଡିଭିଜନ ଓ ରାୟଗଡା ଡିଭିଜନ ରହିଛି । ଜୁନ୍ ପହିଲାରୁ ରାୟଗଡା ଡିଭିଜନ କାର୍ଯ୍ୟକ୍ଷମ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେଣୁ ପୂର୍ବତଟ ରେଳବାଇର କ୍ଷତିକୁ ଭରଣା କରିବା ସହିତ ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାର ଅନ୍ୟ ଅଞ୍ଚଳ ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଇତ୍ୟାଦିକୁ ମଧ୍ୟ ପୂର୍ବତଟ ରେଳବାଇରେ ସାମିଲ କରାଯାଉ ବୋଲି ବିଜେଡି ଦାବି କରୁଛି ।

Related posts

ପିଣ୍ଟୁ ଦାସଙ୍କ ମାଠିଆ ଚିହ୍ନର ମାରାଥନ ପ୍ରଚାର

masiha

ଭାରତୀୟ ଜନତା ପାର୍ଟି ଜଳେଶ୍ବର ନଗର ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

Leave a Comment

error: Content is protected !!