ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

ରାଉରକେଲା: ଭିନ୍ନକ୍ଷମଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ନିଃଶୁଳ୍କ ଚିକିତ୍ସା ସେବା ଆସନ୍ତା ୮ ତାରିଖ ଦିନ ସେକ୍ଟର ୫ ସ୍ଥିତ ପାନ୍ଥନିବାସ ଠାରୁ ଆରମ୍ଭ କରାଯିବ। ଟାଟା ପାୱାର ସହାୟତାରେ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଥେରାପି ସଙ୍ଗେ ସଙ୍ଗେ ଆବଶ୍ୟକୀୟ ପରାମର୍ଶ, ଔଷଧ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ। ଏଭଳି ଏକ ମହତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ରାଉରକେଲା ମହାନଗର ନିଗମର କମିଶନର ତଥା ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତାଗୀର , ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ସାମାଜିକ ସୁରକ୍ଷା ର ଡେପୁଟି ସେକ୍ରେଟାରୀ ସୈନ୍ୟାସୀ ବେହେରା ଓ ଟାଟା ପାୱାର ସିଏସଆର ମୁଖ୍ୟ ଅରୁଣା ମାରାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ। ଏହା ସହ ବିଭିନ୍ନ ପଦାଧିକାରୀ, ଶିକ୍ଷାବିତ, ସମାଜସେବୀ ଉପସ୍ଥିତ ରହିବେ। ଏଣୁ ଏଭଳି ଏକ ମହତ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଶ୍ରଦ୍ଧା ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବ ଅନୁରୋଧ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ଉଦ୍ୟୋଗୀ ସପ୍ତାହ ଉଦଘାଟିତ 

Sunil Chandra Nayak

ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ବ ପରିବେଶ ଦିବସ ପାଳିତ 

masiha

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗୀତା 

masiha

Leave a Comment

error: Content is protected !!