ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ମାଧ୍ୟମିକ ପରିଷଦ ପରୀକ୍ଷା ର ବ୍ଲକ ଟପ୍ପର ସ୍ନେହାସିନୀ ଭୋଇଙ୍କୁ ବିଜୁ ଜନତା ଦଳର ସମ୍ବର୍ଦ୍ଧନା

ଓଡ଼ିଶା ମାଧ୍ୟମିକ ପରିଷଦ ପରୀକ୍ଷା ର ବ୍ଲକ ଟପ୍ପର ସ୍ନେହାସିନୀ ଭୋଇଙ୍କୁ ବିଜୁ ଜନତା ଦଳର ସମ୍ବର୍ଦ୍ଧନା

ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ରାଜକିଶୋର ଭୋଇ ଙ୍କ ସୁକନ୍ୟା ସ୍ନେହାସିନୀ ଭୋଇ ୫୬୨ ମାର୍କ ରଖି ଧର୍ମଗଡ ବ୍ଲକ ଟପ୍ପର ହୋଇଥିବାରୁ ଆଜି ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଧର୍ମଗଡ଼ ବିଜୁ ଜନତା ଦଳର ବ୍ଲକ ସଭାପତି ଡାକେ ଲହଜଲ, ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଧର୍ମଗଡ ନଗର ସଭାନେତ୍ରୀ ସନ୍ତୋଷୀନୀ ନାଏକ, ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ମୁନି, ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ଭୋଇ,ରତନ ନାଏକ ଉପସ୍ଥିତ ରହି ବ୍ଲକ ଟପ୍ପର ସ୍ନେହାସିନୀ ଭୋଇ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

masiha

Leave a Comment

error: Content is protected !!