ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

ଜୁନାଗଡ଼:୧୫/୯(ମ ନି ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ସପ୍ତମ ଦିନରେ ପହଞ୍ଚି ଥବା ବେଳେ।ଆଜିର ଧାରଣାରେ ଉପଖଣ୍ଡ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ ଜୋରଦାର ସମର୍ଥନ ଜଣାଇ ଧାରଣାରେ ବସିବା ସହ ଜୁନାଗଡ଼ ଜିଲ୍ଲା ମାନ୍ୟତା ଦାବୀ ପର୍ଯନ୍ତ ଏହି ଲଢେଇ ଜାରିରହିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ। ଓଡ଼ିଶା ସର୍ଵ ପୁରାତନ ତଥା କଳାହାଣ୍ଡିର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଏହି ସହର ସମସ୍ତ ଭିତ୍ତିଭୂମି ଥାଇ ପର୍ତମାନ ଉପେକ୍ଷିତ ଅବସ୍ଥାରେ ଅଛି ,ଏଣୁ ଜୁନାଗଡ଼ ଜିଲ୍ଲା ମାନ୍ୟତା ପାଇଲେ ୬ଗୋଟି ବ୍ଲକର ଲୋକ ସହିତ ବୃହତମ ଜୁନାଗଡ଼ ବ୍ଲକ ବସି ବିଶେଷ ଉପକୃତ ହେବେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ତେଣୁ ରାଜ୍ୟ ସରକାର ଏହି ଦାବୀକୁ ଯତାର୍ଥ ଭାବି ଜିଲ୍ଲା ମାନ୍ୟତା ପ୍ରଦାନ କରିବା ପାଇଁ ସେମାନେ ସରକାରଙ୍କୁ ଦାବୀ ଜଣାଇଥିଲେ । ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ଆବାହକତ୍ଵରେ ଟେଣ୍ଟ ମାଲିକ ସଂଘ ପରମା ପ୍ରଧାନ ଓ ଉତ୍କଳମଣି ସେବା ସସ୍ଥା ର ସଭାପତି କୈଳାସ ରାଉତ ଙ୍କ ସଭାପତ୍ୱରେ ଏହି ଧାରଣାରେ ସଂଗଠନର କର୍ମକର୍ତ୍ତା ମାନେ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ପଞ୍ଚାନନ ମେହେର, କୃପାସିନ୍ଧୁ ରାଉତ,ସୁଶୀଲ କୁମାର ଠାକୁର, ମନୋଜକୁମାର ପଣ୍ଡା,ବିଦ୍ୟାଧର ନାୟକ, ବିନୋଦ କାଣ୍ଡ,ଯଦୁନାଥ ନାୟକ, ବସନ୍ତ ନାଏକ, ଓ ଉଦ୍ଧବ ସାହୁ, ଜୁବୁଲ ପାଢ଼ୀ,ରୋହିତ ବାଗ ,ଧନମାଲି ବାଗ ,ଶଙ୍କିତ ମେହେର, ନିରଞ୍ଜନ ଚୌଧୁରୀ,ମଧୁସୂଦନ ପଣ୍ଡା,ବନମାଳୀ ମେହେର, ହେମନ୍ତ ଲହଜଳ,,ସନ୍ତୋଷ ପାତ୍ର, ଭବାନୀ ପଟେଲ ପ୍ରମୁଖ ଧାରଣା ସ୍ଥଳରେ ଯୋଗ ଦେଇ ସରକାରଙ୍କୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦେବାକୁ ଦୃଢ ଦାବୀ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅଭିଷେକ ପଟ୍ଟନାୟକ ଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

masiha

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆରମ୍ଭ …

masiha

Leave a Comment

error: Content is protected !!