ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

ରେଜୁଲେସନ ରେ ସ୍ଥାନ ପାଇଲା ବେଆଇନ ଦେଶି ମଦ କୋଠି ବନ୍ଦ ପ୍ରସ୍ତାବ

ଗୋଲାମୁଣ୍ଡା ୧୧|୦୫(ମ ନି ସ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗ ର ପଦାଧିକାରୀ ମାନେ ଯୋଗଦେଇଥିଲେ । ଏହା ସହ ପ୍ରତିନିଧି ମାନେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ସହ ଶିଶୁ ବିକାଶ ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି ବୈଠକରେ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ୱାଗତ କରାଯିବା ସହିତ ବ୍ଲକ ଅଧିନରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ପିଇବା ପାଣି ସମସ୍ୟା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ବ୍ଳକରେ ଲାଗିରହିଥିବା ମୌଳିକ ସମସ୍ୟା ଗୁଡ଼ିକ ବିିଭିନ୍ନ ପଂଚାୟତରେ କିଭଳି ଭାବେ ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା l ଏହି ବୈଠକ ରେ ଗୋଲାମୁଣ୍ଡା ଜୋନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ , ବିଡ଼ିଓ ସ୍ନିଗ୍ଧା ରାଣୀ ପ୍ରଧାନ, ବ୍ଲକ ଉପାଧକ୍ଷ୍ୟା ପଞ୍ଚମୀ ଦୀପ ,ସାଂସଦ ଙ୍କ ପ୍ରତିନିଧି ଭାଗ୍ୟବାନ ବାଗ,ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ସମେତ ୨୮ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ l

ଦାମୋଦର ଦାସ ଙ୍କ ରିପୋର୍ଟ।

 

Related posts

ବିଜୟ କୁମାର ଜେନା ଙ୍କ କବିତା – ସକାଳ ଜଣାଣ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ରାସ୍ତା କଡରେ ଆତ ପସରା, ବେପାରୀ ପାଇଁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!