ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଆସିକା, ୫/୫/୨୬ (ଶିବ ଶଙ୍କର ମିଶ୍ର ) ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ଧରାକୋଟ ବ୍ଲକ ସ୍ତରରେ ଟପର ହୋଇଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଡ୍ଡୀ ଦାମୋଦର ପଲି ର ଛାତ୍ର ବି. ଗଣେଶ ରେଡି (୫୪୦) ଗ୍ରେଡ a, ଙ୍କୁ ଆଜି ରେଡ୍ଡୀ ଦାମୋଦର ପଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକୟତ୍ରି ଶାନ୍ତି ଲତା ସିଂହ ଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ରମେଶ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ଏ ବି ଇ ଓ ସୌରୀ ଶଙ୍କର ବେହେରା, ରେଡ୍ଡୀ ଦାମୋଦର ପଲ୍ଲୀ ସରପଞ୍ଚ କମଳ ଲୋଚନ ରେଡ୍ଡୀ, ସି ଆର ସି ସି ଶର୍ମିଷ୍ଠା ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ମୁନୀ ଉପସ୍ଥିତ ରହିଥିଲେ। ପଞ୍ଚାୟତ ତରଫରୁ ଗଣେଶ ଙ୍କୁ ପାଞ୍ଚହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଶିକ୍ଷକ ଦିଲୀପ ଜୟ ସିଂ, ଅଞ୍ଜନା ପାଣିଗ୍ରାହୀ, କମଳ କୁମାରୀ ହୋତା,ରୋଜାଲିନବେହେରା, ସିଦ୍ଧାର୍ଥ ବେହେରା,ମଧୁସ୍ମିତା ବେହେରା, ପିଣ୍ଟୁ ବେହେରା, ଆଲୋକ ଯମୁନା, ମଞ୍ଜୁଲତା ସାହୁ ଓ ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ।ସମସ୍ତ ଏସ ଏମ ସି ସଦସ୍ୟ ଉପସ୍ଥିତ ରହିଥିଲେ।

Related posts

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସ ଦିବସ

masiha

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ 

masiha

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!