ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାନଖେମୁଣ୍ଡି ବିଜେପି ତରଫରୁ ବଙ୍ଗ ବିଜୟ ଉତ୍ସବ ପାଳନ 

ସାନଖେମୁଣ୍ଡି ବିଜେପି ତରଫରୁ ବଙ୍ଗ ବିଜୟ ଉତ୍ସବ ପାଳନ 

ଆସିକା, ୫/୫/୨୬ (ଶିବ ଶଙ୍କର ମିଶ୍ର ) ଭାରତୀୟ ଜନତା ପାର୍ଟି ଆସାମ,ପୁଡୁଚେରୀ ଓ ପଶ୍ଚିମବଙ୍ଗରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବମ୍ପର ବିଜୟ ହାସଲ କରିଥିବାରୁ ସାନ ଖେମୁଣ୍ଡି ବି ଜେ ପି ପକ୍ଷରୁ ଧରାକୋଟ ରେ ବିଜୟ ଉଛବ ପାଳନ କରାଯାଇଛି । ଆସାମରେ 82 ଆସନ ପାଇ ପୁଣି ଥରେ ବିଜେପି ସରକାର ଗଢିବା ଯାଉଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ମୂଳ ଉତ୍ପାଟନ କରି ଭାରତୀୟ ଜନତା ପାର୍ଟି 207 ବିଧାନ ସଭା ଆସନ ଓ ପୁଡୁଚେରୀରେ 16 ଗୋଟି ଆସନର ପୁର୍ଣ ବହୁମତ ହାସିଲ କରି ସରକାର ଗଢିବାକୁ ଯାଉଛି । ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଉତ୍ତମ ପାଣିଗ୍ରାହୀ ଙ୍କ ସହ ଶଙ୍କର ପାଣିଗ୍ରାହୀ,ଶିବ ଶଙ୍କର ପାତ୍ର,ଅନିଲ ନାୟକ,ରଞ୍ଜନ ସ୍ୱାଇଁ,କୁମାର ଗୌଡ଼, ଗରିବ ନାଇକ, ସୁଦାମ ଗୌଡ଼, ଯୋଗେନ୍ଦ୍ର ଗୌଡ଼,ହୃଷିକେଶ ପଣ୍ଡା, ସୁଶାନ୍ତ ଖୁଣ୍ଟିଆ ଙ୍କ ସହ ଶତାଧିକ ଦଳୀୟ କର୍ମୀ ଜଗନ୍ନାଥ ମନ୍ଦିର ନିକଟକୁ ଯାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ସେହିପରି ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁନିଲ ମହାନ୍ତି ଙ୍କ ନେତୃତ୍ୱ ରେ ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ, ଜାହାଡା ମଣ୍ଡଳ ସଭାପତି ଜୀତେନ୍ଦ୍ର ବିଷୋୟୀ,ପାପା ରାଓ, ଦେବାଶିଷ ମିଶ୍ର,ମାନସ ନାୟକ, ମିଥୁନ ପ୍ରଧାନ,ଦେବବ୍ରତ ବିଷୋୟୀ, ସମୀର ସ୍ୱାଇଁ, ମଣ୍ଟୁ ଜେନାଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ସଂପ୍ରତି ପଶ୍ଚିମ ବଙ୍ଗ, ଆସାମ ଓ ପୁଡୁଚେରୀ ରେ ବି ଜେ ପି ର ଭାରି ବିଜୟ ହୋଇଥିବାରୁ କର୍ମୀ ମାନେ ବେଶ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି l

Related posts

ଗୋପାଳପୁର ଷୋଳ ପ୍ରହର ପରିଦର୍ଶନ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ 

masiha

ଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ : 

Sunil Chandra Nayak

ଏଆଇସିସି ସହ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ସଂଗଠନ ସୃଜନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!