ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ବ୍ରହ୍ମପୁର,ତା ୦୬/୦୫ ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଜି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଆସିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ର ନିର୍ଦ୍ଦେଶ କ୍ରମେ ପଦୋନ୍ନତି ପାଇ ସେ ବ୍ରହ୍ମପୁର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।ପୂର୍ବରୁ ଉପ ନିର୍ଦ୍ଦେଶକ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁରଜିତ ମିଶ୍ର ପଦୋନ୍ନତି ପାଇ ବର୍ତ୍ତମାନ ଅତିରିକ୍ତ ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ନିମାକା , ଶ୍ରୀ ଲୋକନାଥ ଶତପଥୀ ନୂତନ ଉପ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିଥିଲେ।

 

Related posts

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

୧- ଶକ୍ତିଶ୍ରୀ ଆଇନ ସଚେତନତା କାର୍ଯ୍ୟକ୍ରମ , ୨- ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ , – ୩- କାମାକ୍ଷାନଗର ଠାରେ ଵସିଲା ଫେତ୍ ଫାଉଣ୍ଡେସନ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ, ୪- କୂଅରୁ ମହିଳାଙ୍କର ମୃତଦେହ ଉଦ୍ଧାର ,୫- ହିନ୍ଦୋଳ ଉପଖଣ୍ଡର ସରକାରୀ ସଭାଗୃହ ପାଲଟିଛି କବାଡି ଖାନା ଓ ଅସାମାଜିକଙ୍କ ଆଡ୍ଡା  , ୬- ଆପ୍ ର ବ୍ଲକ ସ୍ତରୀୟ ବୈଠକ, କେନ୍ଦ୍ର ଖଣି ଆଇନକୁ ଆମ୍ ଆଦମୀ ପାର୍ଟିର ବିରୋଧ 

Sunil Chandra Nayak

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

Leave a Comment

error: Content is protected !!