ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

ରାଇରଙ୍ଗପୁର – ୬/୦୫ —  ଦିନକୁ ଦିନ ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବଢ଼ି ଚାଲିଛି ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ନେସ୍କୋ ରେ କିଛି ଠିକା କର୍ମଚାରୀ ୧୫ ବର୍ଷ ହେଲା କାମ କରି ଆସୁଛନ୍ତି ।୨୦୨୧ ରେ ରାଜ୍ୟସରକାର ନେସ୍କୋ କୁ ଟାଟା କମ୍ପାନୀ ହାତକୁ ଟେକି ଦେଇଛନ୍ତି ।ଟାଟା କମ୍ପାନୀ ନେବା ଫଳରେ ଠିକା କର୍ମଚାରୀଙ୍କୁ ନେଇ ଷ୍ଟ୍ରକଚର, ମିଟର ରିଡିଂ, ବିଦ୍ୟୁତ ବିଲ ପୈଠ, ବିଦ୍ୟୁତ ବିଲ ଆଦାୟ ଭଳି କାମ କରାଉଛି ।ଶତକଡା ୨୫ ଭାଗ ବିଦ୍ୟୁତ ବିଲ୍ ଆଦାୟ ହେଉଥିବାବେଳେ ଟାଟା ପାଓ୍ଵାର ନିଯୁକ୍ତ ଠିକା କର୍ମଚାରୀ ଗ୍ରାହକଙ୍କ ଘରକୁ ଘର ଯାଇ ଗାଳି, ମାଡ଼ ଖାଇ ବିଦ୍ୟୁତ ବିଲ ଶତକଡା ୯୬ ଭାଗ ଆଦାୟ କରି ରେକର୍ଡ ସୃଷ୍ଟି କରୁଛନ୍ତି ।ଠିକା କର୍ମଚାରୀଙ୍କ ସମର୍ପିତ ଭାବ ଓ କର୍ମ ଯୋଗୁଁ ଆଗଭଳି ବିଦ୍ୟୁତ କାଟ ନାହିଁ ।ଟାଟା କମ୍ପାନୀ ଠିକା କର୍ମଚାରୀଠାରୁ ବିଦ୍ୟୁତ ବିଭାଗର‌ ସମସ୍ତ କାମ ଠିକ୍ ଠାକ୍ କରାଇ ନେଇ ବର୍ତମାନ କର୍ମଚାରୀମାନଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କରିଛି ।ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷର କୋହ ଛୁଟୁଛି ।କର୍ମଚାରୀ ମାନେ ଏତେ ଵର୍ଷ କାମ କଲାପରେ ଛଟେଇ ହେବା ଆଶଙ୍କା ଦେଇ ଗତି କରୁଛନ୍ତି ।ଏବେ ସେମାନେ‌ ଯିବେ କୁଆଡେ ? ଏହାକୁ ନେଇ ନେସ୍କୋ ପାଓ୍ଵାର‌ଏମ୍ଲୟଜର ଉପସଭାପତି ଆର୍ତବନ୍ଧୁ ବିଶ୍ବାଳଙ୍କ ନେତୃତ୍ବରେ ଆଜି ରାଇରଙ୍ଗପୁର ଟିପିଏନଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇବା ସହ ବାଲେଶ୍ବରର ଟିପିଏନଓଡିଏଲ ସିଇଓ ଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ବିଦ୍ୟୁତ ବିଭାଗ କାର୍ଯ୍ଯନିର୍ଵାହୀ ଅଧିକାରୀ ଆଶୁତୋଷ ପଣ୍ଡାଙ୍କ ଜରିଆରେ ଦାବି ପତ୍ର‌ ପ୍ରଦାନ କରିଥିଲେ ।ସରକାର ସମସ୍ତ ଠିକା କର୍ମଚାରୀଙ୍କ ଛଟେଇ ପ୍ରକ୍ରୀୟା ବନ୍ଦ କରିବା ସହ ସେମାନଙ୍କୁ ଧିରେ ଧିରେ ସ୍ଥାୟୀ କରନ୍ତୁ ।ଯଦି ଛଟେଇ କରନ୍ତି ଶ୍ରମ ନିୟମ ଅନୁସାରେ ସେମାନଙ୍କ ନାର୍ଯ୍ଯ ପ୍ରାପ୍ୟ ପ୍ରଦାନ କରନ୍ତୁ ।ଟାଟା କମ୍ପାନୀର ମନମାନି ଚଳିବ ନାହିଁ । ଦିନକୁ ଦିନ ଵିଦ୍ଯୁତ ଗ୍ରାହକଙ୍କ ସଂଖ୍ଯା ବୃଦ୍ଧି ପାଉଛି ।ବିଦ୍ୟୁତ ବିଲ୍ ଆଦାୟ ,ବାତ୍ୟା,ତୋଫାନ,ଵୃକ୍ଷ ଲତା ଉପୁଜିବା ଭଳି ଦୁର୍ଘଟଣା ଓ ବିପର୍ଯ୍ୟୟ ବଢ଼ି ବଢ଼ି ଚାଲିଛି ।ଠିକା କର୍ମଚାରୀ ଯେତେ ଅସୁବିଧାରେ ପଡ଼ିଲେ ମଧ୍ୟ ନିଜର ଦାୟିତ୍ଵ ସଠିକ ଭାବରେ ସମ୍ପାଦନା କରି ଟାଟା କମ୍ପାନୀର ଗୌରବ ଦ୍ଵିଗୁଣିତ କରୁଥିବାବେଳେ ଟାଟା କମ୍ପାନୀ କର୍ମଚାରୀ ଛଟେଇ ମାରଣ ନୀତିକୁ ଜୋରଦାର କରିଛି ।ଏତେ ବର୍ଷ କାମ କଲାପରେ କର୍ମଚାରୀ ଯିବେ କୁଆଡେ ? ତାଙ୍କ ପରିବାରର ବୋଝ,ଛୁଆପିଲା,ପାଠପଢ଼ା,ଔଷଧ,ତେଲ ଲୁଣ କଥା ବୁଝିବ କିଏ ?ଆଜିର ପ୍ରତିବାଦ ସଭାରେ ରାମ ଦୁଲାଲ ରାୟ ,ବିଜୟ କ୍ରିଷ୍ଣା ସାଇତି,ଜଗନ୍ନାଥ ମହାକୁଡ଼,ଜ୍ୟୋତିପ୍ରକାଶ ପଣ୍ଡା,ବ୍ରଜ ମୋହନ ପୃଷ୍ଟି,ଦେବାଶିଷ ସାହୁ,ନଗେନ ଟୁଡୁ,ପରମେଶ୍ବର ମହାନ୍ତ,ଶରତ ପ୍ରଧାନ,ହିତାଂଶୁ ମହାନ୍ତ,ବାସୁଦେବ ମହାନ୍ତ,ସମିର ପଣ୍ଡା,ସମିର ପଟନାୟକ ସମେତ ବହୁସଂଖ୍ୟାରେ ଠିକା କର୍ମଚାରୀ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ କଳାହାଣ୍ଡିର ଝିଅ ରେମ୍ପ ରେ ପ୍ରଦର୍ଶିତ ହେଲା ମାଁ ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଝଲକ….

ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ନିତ୍ୟାନନ୍ଦ ଠାକୁର ଙ୍କ ପରଲୋକ 

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

masiha

Leave a Comment

error: Content is protected !!