ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣା

ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି
ପୋଲିସ୍ ଉପସ୍ଥିତିରେ ପିଟି ପିଟି ମାରିଦେବା ଘଟଣା ଦୁର୍ଭାଗ୍ୟଜନକ
ଡବଲ ଇଞ୍ଜିନ ସରକାରରେ ପୋଲିସ୍ ଏତେ ଅସହାୟ କାହିଁକି ?
ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

ଭୁବନେଶ୍ୱର,(ଲିପିକା ରାଣୀ ରାଉତ);୦୭/୦୫/୨୦୨୬: ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବି୍ରଜ୍ ନିକଟରେ ପୋଲିସ୍ର ଉପସ୍ଥିତିକୁ ଭୃକ୍ଷେପ ନ କରି ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଘଟଣା ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ଆଇନର ଶାସନ ଭୁଶୁଡ଼ି ପଡ଼ିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଗତ ୧ ସପ୍ତାହ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ଓ ହତ୍ୟାକାଣ୍ଡ ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ସରକାରକୁ ଆସିଲା ପରେ ରାଜ୍ୟ ଗୃହ ବିଭାଗର ଅପାରଗତା ଲାଗି ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଶାନ୍ତିପି୍ରୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଘଟୁଥିବା ହିଂସାକାଣ୍ଡ ପାଇଁ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହିଞ୍ଜିଳିରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଓ କଣାସରେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଆଜିର ଘଟଣା ପରେ ପୋଲିସ୍ ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ।

ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପ୍ରଚାର ସର୍ବସ୍ୱ ସରକାର ଆଇନର ଶାସନ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନହୀନ ହୋଇପଡ଼ିଥିବାର ଫଳ ପ୍ରତିଦିନ ରାଜ୍ୟବାସୀ ଭୋଗୁଛନ୍ତି । ସରକାରଙ୍କ ଅପାରଗତା ଲାଗି ରାଜ୍ୟରେ ଉଦ୍ବେଗଜନକ ଭାବେ ହିଂସାକାଣ୍ଡ ବୃଦ୍ଧି ପାଉଛି । ବିଭତ୍ସ ଘଟଣାମାନ ଘଟିଲା ପରେ ସରକାରଙ୍କ ନିଦ ଭାଙ୍ଗୁଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର କହୁଛନ୍ତି । କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି । ଏଭଳି ପରିସ୍ଥିତି ଲାଗି ରହିଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ । ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଡବଲ ଇଞ୍ଜିନ ସରକାର ହିଂସାକାଣ୍ଡ ରୋକିବାକୁ ପଦକ୍ଷେପ ନିଅନ୍ତୁ ।

Related posts

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ ମୂଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦଘାଟିତ

Sunil Chandra Nayak

ଡାବୁଗାଁ ରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

masiha

Leave a Comment

error: Content is protected !!