ନ୍ୟାୟ ପାଇଁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନାକେଦମ
ଢେଙ୍କାନାଳ, ସହର ନିକଟସ୍ଥ ଟାଉନ ଥାନା ସମ୍ମୁଖରେ ଥିବା ଏକ ଟେଲିଫୋନ ଟାୱାରରେ ଚଢି ଜଣେ ଯୁବକ ଆତ୍ମାହତ୍ୟା କରିବାକୁ ଉଦ୍ୟମ କରିଛନ୍ତି l ଯୁବକ ଜଣକହେଲେ ତୁମୁସିଙ୍ଗା ଥାନା ସୋଗର ଗ୍ରାମର ରୁଦ୍ରନାରାୟଣ ଦାସ l ସେ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ l ସକାଳ ପ୍ରାୟ ୬ ଘଟିକା ସମୟରେ ଟାୱାର ଉପରେ ଏକ ଯୁବକ କୁ ଦେଖି ସ୍ଥାନୀୟ ଅଂଚଳରେ ଚହଳ ପଡିଲା l ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ବୁଝା ସୁଝା କରିଥିଲେ ମଧ୍ୟ ସେ ତଳକୁ ଓଲ୍ହାଇନଥିଲେ l ଏଥିସହ ରୁଦ୍ର ପୁଲିସ କହିବା ପରେ ମଧ୍ୟ ତଳକୁ ନ ଓଲ୍ହାଇ ପେଟ୍ରୋଲ ପିଇ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା l ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ଦେଖି ରୁଦ୍ର ନିଜକୁ କାବୁ ନ କରି ଟାୱାରରୁ ଡେଇ ପଡ଼ିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି l ତାଙ୍କର ଅଭିଯୋଗ ଯେ ନ୍ୟାୟ ପାଇନଥିବାରୁ ଏପରି ପଦକ୍ଷେପ ନେଉଛି l
ତୁମୁସିଙ୍ଗା ଥାନା ଅଂଚଳ ର ସୋଗର ଗ୍ରାମର ରୁଦ୍ରନାରାୟଣ ଦାସ ଓ ଏସ ଓ ପି ଭାବେ ୨୦୧୮ରେ ଚାକିରୀ ପାଇଥିଲେ। ଝାରସୁଗୁଡା ଠାରେ ଟ୍ରେନିଂ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦେଇଥିଲେ । ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କ ଚାକିରିରୁ ବହିଷ୍କୃତ କରି ଦିଆଯାଇଥିବା କଥା ଶୁଣିଥିଲେ । ପୁନଶ୍ଚ ଚାକିରି ପାଇବା ପାଇଁ ପୂର୍ବରୁ ବିଭାଗୀୟ ଅଧୂକାରୀ, ମୁଖ୍ୟମନ୍ତ୍ରୀ, ଜିଲାପାଳଙ୍କୁ ଭେଟି ନିରାଶ ହୋଇଛନ୍ତି । ବଡ଼କଥା ଗରିବ ରୁଦ୍ରନାରାୟଣ ବାପା, ମା’ଙ୍କର ଏକମାତ୍ର ଶିକ୍ଷିତ ପୁତ୍ର ହୋଇଥିବା ବେଳେ ରୋଗଗ୍ରସ୍ତ ବାପା, ମା’ଙ୍କୁ ଔଷଧ ଦେବାରେ ସାମର୍ଥ ହୋଇପାରୁ ନାହାନ୍ତି । ଶେଷରେ ଚରମ ପଦକ୍ଷେପ ଗ୍ରହଣ କରି, ନିଜର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବେ ଅନୁମତି ପାଇଁ ଟୁଇଟ କରିଛନ୍ତି । ପୂର୍ବରୁ ଗରିବ ଓ ରୋଗାଗ୍ରସ୍ତ ବାପା, ମା’ ଓ ସମ୍ପର୍କୀୟ ଢେଙ୍କାନାଳ ଥୁବା ବାଟାଲିୟନ ଦୁର୍ଗପତିଙ୍କୁ ଭେଟି ଗୁହାରୀ ଜଣାଇଥିଲେ। ହେଲେ କେହି ଶୁଣି ନାହାନ୍ତି । ଶେଷରେ ହତାଷ ହୋଇ ରୁଦ୍ର ନାରାୟଣ ଟାୱାର ଉପରେ ଆତ୍ମହତ୍ୟା କରିବା ପାଇଁ ଚଢିଛନ୍ତି । ଅଗ୍ନିଶମ ବିଭାଗ ଟାୱାର ଉପରକୁ ଚଢ଼ିଥିବା ବେଳେ ରୁଦ୍ର ପାଖରେ ଧରିଥିବା ତାଙ୍କ ଶାର୍ଟ ରେ ନିଆ ଲଗାଇ ତଳକୁ ଫୋପାଡ଼ି ଥିଲେ. ଅଗ୍ନିଶମ ବିଭାଗ ଟାୱାରରେ ନେଟ ବିଛାଉ ଥିବା ବେଳେ ଏହି ଘଟଣା ଘଟିଥିଲା. ଏଥିସହ ରୁଦ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏକ କ୍ରେନ ମେସିନ ଉଦ୍ଧାର ପାଇଁ ଆସିଥିଲା. ହେଲେ ଯଦି କିଏ ଆସିବ ତେବେ ତଳକୁ ଡେଇଁ ପଡ଼ିବାକୁ ରୁଦ୍ର ଧମକ ଦେଇଛନ୍ତି. ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗାଁ ସରପଞ୍ଚଙ୍କ ସମେତ କିଛି ପଡୋଶୀ ମଧ୍ୟ ଉପସ୍ଥିତ ରହି ଉଦ୍ଧାର କାଯ୍ୟ ରେ ଲାଗିଥିଲେ l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

