ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା । ପ୍ରେମିକଙ୍କ ସାନ ଭାଇର ଟାଙ୍ଗିଆ ଚୋଟରେ ପ୍ରେମିକା ମୃତ 

ହିଞ୍ଜିଳିକାଟୁ,ତା ୦୫/୦୫ ପ୍ରେମ ପାଗଳ ହୋଇ ଆସିଥିଲା ପ୍ରେମିକଙ୍କ ଘରକୁ । ଗର୍ଭବତୀ ପ୍ରେମିକାକୁ ହତ୍ୟା କଲା ପ୍ରେମିକର ଭାଇ । ନ୍ୟାୟ ପାଇଁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ପ୍ରେମିକର ଭାଇ ଟାଙ୍ଗିଆ ଚୋଟରେ ଆକ୍ରମଣ କରି ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ । ନିଜର ନ୍ୟାୟ ପାଇଁ ଧାରଣାରେ ବସିଥିବା ଗର୍ଭବତୀ ପ୍ରେମିକାକୁ ଟାଙ୍ଗିଆ ହାଣି ହତ୍ୟା କଲା ପ୍ରେମିକର ସାନ ଭାଇ । ମୃତ ପ୍ରେମିକା ଜଣକ ହେଲେ ରମ୍ଵା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁ ର ପୂଜା ସ୍ଵାଇଁ (୨୧) ତାଙ୍କର ୨ ବର୍ଷର ଏକ ଶିଶୁ କନ୍ୟା ରହିଥିବା ବେଳେ ସେ ବର୍ତ୍ତମାନ ଗର୍ଭବତୀ ଥିଲେ l ସୂଚନା ଥାଉକି ପୂଜା ଦୁଇ ବର୍ଷ ତଳେ ଇନଷ୍ଟଗ୍ରାମରେ କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ l ପ୍ରଥମେ ଅନଲାଇନରେ କଥା ବାର୍ତ୍ତା ଆରମ୍ଭ ହୋଇଥିଲା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l ଗତ ଦୁଇ ବର୍ଷ ତଳେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ l ଗତ ଛଅ ମାସ ହେଲା ପୁରୀରେ କୌଣସି ଏକ ଘର ଭଡାକୁ ନେଇ ରହୁଥିଲେ l ପନ୍ଦର ଦିନ ତଳେ ଘରଲୋକଙ୍କ ସହ ଦେଖା କରିବାକୁ କହି ପୂଜାକୁ ବ୍ରହ୍ମପୁର ଷ୍ଟେସନରେ ଛାଡି ଚିଣ୍ଟୁ କୁଆଡେ ପଳେଇ ଯାଇଥିଲେ ଯାହାକୁ ନେଇ ପୂଜା ବହୁତ ଖୋଜା ଖୋଜି କରିବା ପରେ ପ୍ରେମିକ ଚିଣ୍ଟୁଙ୍କୁ ନ ପାଇ ଅପ୍ରିଲ ୧୯ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ହିଞ୍ଜିଳି ପୋଲିସ କେସ ନଂ ୨୪୧/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଚିଣ୍ଟୁଙ୍କ କିଛି ସନ୍ଧାନ ମିଳିନଥିଲା । ଗତ କାଲି ଠାରୁ ନ୍ୟାୟ ଦାବୀ ନେଇ ପୂଜା ଗର୍ଭବତୀ ଅବସ୍ଥାରେ ତାଙ୍କର ୨ ବର୍ଷର ଶିଶୁ କନ୍ୟାକୁ ଧରି ପ୍ରେମିକଙ୍କ ଘର ଆଗରେ ଧାରଣା ବସିଥିଲେ । ଆଜି ପ୍ରେମିକର ସାନ ଭାଇ ଲିଟୁ ଗୌଡ଼ ଟାଙ୍ଗିଆରେ ଚୋଟ ପକାଇ ହତ୍ୟା କରିଥିବା ବେଳେ ହିଞ୍ଜିଳି ପୋଲିସ୍ ଏହି ମାମଲାରେ କେସ ନଂ ୨୯୭/୨୬ ରେ ଏଲ ମାମଲା ରୁଜୁ କରି ଅଭିଯୁକ୍ତ ଲିଟୁ ଗୌଡ଼ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ନକଲି ବିଦେଶୀ ମଦ ସହିତ କାର ଜବତ, ୦୨ ଗିରଫ

masiha

ମଦ ପିଇ ଗାଡି ଚଳେଇବା ମାହାଙ୍ଗା ପଡିଲା ,୨ କୋର୍ଟ ଚାଲାଣ

Sunil Chandra Nayak

ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!

Sunil Chandra Nayak

Leave a Comment

error: Content is protected !!