ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ପାଳିତ 

ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ପାଳିତ 

ରାଉରକେଲା, ୧୦/୫: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ଗରିବ ହୁଅନ୍ତୁ ବା ବିତ୍ତଶାଳୀ ପ୍ରତ୍ୟେକ ପଖାଳ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ଗ୍ରୀଷ୍ମ ଦିନେ ପଖାଳ ଖାଇବାର ମଜା କିନ୍ତୁ ନିଆରା । ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ପଖାଳ ଖାଇବାର ଆବଶ୍ୟକତା ପଡ଼ିଥାଏ। ଖାଲି ସେତିକି ନୁହେଁ ଓଡ଼ିଆର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ ଲାଗି ହୋଇଥାଏ। 

            ପ୍ରଚଣ୍ଡ ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଗଦା ସାଂସ୍କୃତିକ ପରିଷଦ ପକ୍ଷରୁ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ସଞ୍ଜୀବ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ୫ମ ବର୍ଷ ପାଇଁ ପଖାଳ ଦିବସ ପାଳିତ ହୋଇଯାଇଛି। ସୁବାସିତ ଦହି ପଖାଳ ସାଙ୍ଗକୁ ପ୍ରସ୍ତୁତ ଆଳୁ ବାଇଗଣ ଭର୍ତା, କଲରା ଭଜା, ପୋଟୋଳ ଭଜା, ବଡି ଚୁନା, ଶାଗ ଭଜା, ଆମ୍ବ ଚଟଣି, କାକୁଡି, ଲେମ୍ବୁ ଆଦି ବିଭିନ୍ନ ପ୍ରକାର ବ୍ୟଞ୍ଜନ କାର୍ଯକ୍ରମରେ ଯୋଗଦେଇଥିବା ଦୁଇଶହରୁ ଉର୍ଦ୍ଧ୍ବ ଅତିଥିଙ୍କୁ ପରଷା ଯାଇଥିଲା । ଅନୁଷ୍ଠାନର ଏଭଳି ପ୍ରୟାସକୁ ଉପସ୍ଥିତ ବ୍ୟକ୍ତିମାନେ ବେଶ୍ ପ୍ରଶଂସା କରିଥିଲେ। ଡାକ୍ତର ଏସ.ଆର.ସାମଲ, ବିମଳ କୁମାର ବିଶି, ଅଶୋକ କକଡ, ପ୍ରଶାନ୍ତ କୁମାର ସେଠୀ, ଭରତ ଚନ୍ଦ୍ର ବାଇ, ବିଜେପି ନେତ୍ରୀ ଲତିକା ପଟ୍ଟନାୟକ, ଦ.ବି.କେ.ସାହୁ, ସନ୍ତୋଷ ନାୟକ, ବରତୋଲି ବିକାଶ ସମିତିର ପ୍ରଭାତ କୁମାର ଜେନା, ଶ୍ରୀମତୀ କିର୍ତିଲତା ନନ୍ଦ, ବୀଣାପାଣି ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପଖାଳ ଖାଇବାର ମଜା ନେଇଥିଲେ । ପରିଷଦର ସଭାପତି ପିତାମ୍ବର ଲେଙ୍କା, ସମ୍ପାଦକ ପ୍ରଭାତ କୁମାର ମହାନ୍ତି, ହୃଷିକେଶ ନାୟକ, ଧର୍ମାନନ୍ଦ ପୃଷ୍ଟି, ଏଲ୍. ଡି. ନାୟକ, ବାଣିବ୍ରତ ଭୋଳ, ଯୋଗୀ, ପଙ୍କଜ କୁମାର ସାମନ୍ତରାୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

masiha

ସତୁରି ଟିକିଆ ହାତୀପଲ ଉପଦ୍ରଵ, ଭୟଭୀତ ଅଂଚଳବାସୀ 

masiha

ପିକ୍ ଅପ୍ ଭ୍ୟାନ ଦୁର୍ଘଟଣା , ୩୦ ରୁ ଉର୍ଦ୍ଧ ଲୋକ ଆହତ 

Sunil Chandra Nayak

Leave a Comment

error: Content is protected !!