ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଙ୍କ ବିୟୋଗରେ ଏଚ୍.ଏମ.ଏସ ପକ୍ଷରୁ ବିଜୟ ମହାନ୍ତି ଙ୍କ ଶୋକ ପ୍ରକାଶ

ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଙ୍କ ବିୟୋଗରେ ଏଚ୍.ଏମ.ଏସ ପକ୍ଷରୁ ବିଜୟ ମହାନ୍ତି ଙ୍କ ଶୋକ ପ୍ରକାଶ 

ରାଉରକେଲା ୧୦/୦୫,  ଗତକାଲି ବିଶିଷ୍ଟ ଶ୍ରମିକ ନେତା ସି.ଆଇ.ଟି.ୟୁ.ସି. ର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ଙ୍କ ବିୟୋଗରେ ହିନ୍ଦ୍ ମଜଦୂର ସଭାର ରାଜ୍ୟ ଶାଖା ସଭାପତି ବିଜୟ କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ସ୍ୱର୍ଗୀୟ ବିଷ୍ଣୁ ମହାନ୍ତି ଛାତ୍ର ଜୀବନରୁ ବାମପନ୍ଥୀ ରାଜନୀତି ତଥା ବିଶେଷ ଭାବରେ ମାର୍କସବାଦ୍ ପ୍ରତି ଆକୃଷ୍ଟ ହୋଇ ମାର୍କସବାଦିରେ ଯୋଗ ଦେଇ ରାଜ୍ୟ ଏହି ଦଳରେ ନେତୃତ୍ୱ ନେଇଥିଲେ । ଛାତ୍ର ଜୀବନରେ ଛାତ୍ର ନେତା ମଧ୍ୟ ଥିଲେ । ସବୁଠାରୁ ଉଲ୍ଲେଖ ଯୋଗ୍ୟ ବିଷୟ ଯେ, ସି.ଆଇ.ଟି.ୟୁ.ର ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ପରେ ସର୍ବ ଭାରତୀୟ ସ୍ତରରେ ସି.ଆଇ.ଟି.ୟୁ. ର ଉପ ସଭାପତି ଭାବରେ ଶ୍ରମିକ ଶ୍ରେଣୀ ସଂଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବହୁ ଶ୍ରମିକ ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ । ତାଙ୍କର ବିୟୋଗରେ ଶ୍ରମିକ ଆନ୍ଦୋଳନ କ୍ଷେତ୍ରରେ ଅପୂରଣୀୟ କ୍ଷତି ଅଟେ । 

   ଶ୍ରୀ ମହାନ୍ତି ଏଚ୍.ଏମ.ଏସ ର ରାଜ୍ୟ ପରିଷଦ ପକ୍ଷରୁ ସ୍ୱର୍ଗୀୟ ବିଷ୍ଣୁ ମହାନ୍ତିଙ୍କ ଆତ୍ମାର ସଦଗତୀ କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

masiha

आदर्श राजनीतिज्ञ दीपक कुमार चौधुरी

masiha

ଜିଲ୍ଲାପାଳଙ୍କ କୋଷଗୁମୁଡ଼ା ବ୍ଲକ କୁ ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!