ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ବାଗତ ସମାରୋହ 

ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ସ୍ବାଗତ ସମାରୋହ 

ରାଉରକେଲା: ସେକ୍ଟର ୧୯ ସ୍ଥିତ ଏସଏସଆରଭିଏମ୍ ପରିଚାଳିତ ଇସ୍ପାତ ବିଦ୍ୟାମନ୍ଦିରରେ ନୂତନ ଭାବେ ଆଡ଼ମିଶନ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଉଛ୍ବସିତ ସ୍ବାଗତ କରାଯାଇଥିଲା। ବିଦ୍ୟାମନ୍ଦିରର ଅଧ୍ୟକ୍ଷା ଶିବଦତ୍ତା ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏସଆରଭିଏମ୍ ର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବା ସହ ଆଶିର୍ବଚନ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସାମାଜିକ ଦାୟିତ୍ୱବୋଧ, ଏକାଗ୍ରତା, ଆତ୍ମବିଶ୍ଵାସ ବୃଦ୍ଧି, ପିତାମାତାଙ୍କ ସହ ଗୁରୁଜନଙ୍କୁ ସମ୍ମାନ, ବିଦ୍ୟାଳୟରେ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିବା ସହ ଶିକ୍ଷାନୁଷ୍ଠାନ ରେ ପାଠପଢ଼ା ବ୍ୟତୀତ ଘରେ ନିଜେ ଅତି କମରେ ୩ ଘଣ୍ଟା ପାଠପଢ଼ା ତଥା ମୋବାଇଲ କମ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ନାୟକ ଶିକ୍ଷାନୁଷ୍ଠାନ ତଥା ଛାତ୍ରଛାତ୍ରୀଙ୍କ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଦ୍ୟାମନ୍ଦିରର ପ୍ରତିଷ୍ଠା କୁ ଉନ୍ନତ କରିବା ପାଇଁ ଆହ୍ବାନ ଦେଇଥିଲେ। ବର୍ଷାର ବିତ୍ପାତ ମଧ୍ୟରେ ଏହି ଅବସରରେ କଳାରେ ୧୦୬, ବାଣିଜ୍ୟରେ ୨୬ ଓ ବିଜ୍ଞାନରେ ୮୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସର୍ବଶ୍ରୀ ସବ୍ୟସାଚୀ ନାରାୟଣ ପଣ୍ଡା, ଶୁଭସ୍ମିତା ସାହୁ,ରୀତାଞ୍ଜଳୀ ଦାସ, ଅର୍ଚ୍ଚନା ଲାକ୍ରା, ସୁସ୍ମିତା ଏକ୍କା,ମୁକ୍ତାଞ୍ଜଳୀ ମିଶ୍ର, ଆରତୀ ସିଂ, ଶାନ୍ତି ଦାସ, ପ୍ରିୟଙ୍କା ପାତ୍ର, ଚିନ୍ମୟ ଧଳ,ସୀମା ମହାନନ୍ଦିଆ,ରୀତୁ ତିୱ।ରୀଭାରତୀ ବେହେରା, ଶ୍ରୀକାନ୍ତ ରାଉତ, ପାର୍ଥସାରଥୀ ଦାସ,ଶ୍ରୀଜା ବର୍ଦ୍ଦରାଜନ, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୧- ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା ,୨- ଯନ୍ତାରିବୋଲ ସେବାଶ୍ରମ ଆବାସିକ ବିଦ୍ୟାଳୟ ର ପ୍ରାଧାନସେବକଙ୍କ କାର୍ଯ୍ୟାଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଅସନ୍ତୋଷ ,୩ କାମାକ୍ଷାନଗର ରେ ଗଣେଶପୂଜା ଭସାଣି  ଡିଜେ ବନ୍ଦ ସତ୍ୱେ ଡିଜେ ବାଜିବାରୁ ଅସନ୍ତୋଷ , ୪- ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଲେ ଦୁର୍ବୁତ୍ତ ,୫- ଦନ୍ତା ହାତୀ ଆକ୍ରମଣରେ ୧ ଗୁରୁତର , ୬- ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ , ୭-୭୬ ତମ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ, ୮- କାମାକ୍ଷାନଗରରେ ବିଶ୍ୱକର୍ମା ପୂଜା ପାଳିତ , ୯- ସହରର ୨ ସପିଙ୍ଗ ମଲ ଉପରେ ଫାୟାର ସେପ୍ଟି ମେଜର ଯାଞ୍ଚ , ୧୦-ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ, ୧୧- ଗଣେଶ ପୂଜା ଭସାଣିରେ ଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ, ୧୨- ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ

Sunil Chandra Nayak

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

masiha

ବିଜାତଳା ଵ୍ଳକରେ ବ୍ଳକ ସ୍ତରୀୟ ‘ ସୁଭଦ୍ରା ଶୁଭାରମ୍ଭ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!