ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:( ତା ୧୮.୧୧.୨୦୨୪)(ରବି ନାରାୟଣ ମହାନ୍ତି)ଗତ ୧୬.୧୧.୨୦୨୪ ରିଖ ଅପରାହ୍ନ ୩.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ପ୍ରସ୍ତାବ ଅନୁଯାୟୀ ଚଳିତ ମଣ୍ଡେଇ ମହୋତ୍ସବ ରେ ଲୋକଗୀତ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା,ଆଲୋକ ଚିତ୍ର ଉତ୍ତୋଳନ ପ୍ରତିଯୋଗିତା, ମେହେନ୍ଦି ପ୍ରତିଯୋଗିତା,ରିଲ୍ସ ପ୍ରତିଯୋଗିତା, ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା,କଳା ଓ କଳାକୃତି ପ୍ରତିଯୋଗିତା, ପାରମ୍ପରିକ ବେଶଭୁଷା ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଗଲା।ଆସନ୍ତା ୩୦ .୧୧.୨୦୨୪ ରିଖରେ ଲୋକଗୀତ ପ୍ରତିଯୋଗିତା, ୨୮.୧୧.୨୦୨୪ରେ ମଣ୍ଡେଇ ପଡିଆ ଠାରେ ୧୧.୦୦ ଘ ସମୟରେ ଚିତ୍ରାଙ୍କନ ପ୍ରତିଯୋଗିତା,୨୯.୧୧.୨୦୨୪ ତାରିଖ ୯ ରୁ ୧୦.୦୦ ଘ ସମୟ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଝୋଟି ପ୍ରତିଯୋଗିତା,୨୮.୧୧.୨୦୨୪ ତାରିଖ ମହିଳା ମହାବିଦ୍ୟାଳୟ ଠାରେ ୧୦ ରୁ ୧୧.୦୦ ଘ ସମୟ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା,୨୯.୧୧.୨୦୨୪ ତାରିଖ ୧୦.୦୦ ଘ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା,୨୮.୧୧.୨୦୨୪ ତାରିଖ ୧୦.୦୦ ଘ ସମୟରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ କଳା ଓ କଳାକୃତି ପ୍ରତିଯୋଗିତା,୩୦.୧୧.୨୦୨୪ ତାରିଖ ୧୦.୦୦ ଘ ସମୟରେ ଶାସ୍ତ୍ରୀ ଭବନ ଠାରେ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହେବ।ପ୍ରତିଯୋଗିତା ଅଂଶ ଗ୍ରହଣ ଏବଂ ବିଶଦ ବିବରଣୀ ଜାଣିବା ପାଇଁ ପ୍ରତିଯୋଗୀ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଯୋଗାଯୋଗ କରିପାରନ୍ତି।

( ମ ନି ସ)

Related posts

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ରାଇରଙ୍ଗପୁର ରେ’ ଓଡ଼ିଆ ପକ୍ଷ’ ପାଳନ ଅବସରରେ ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ” ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା 

masiha

Leave a Comment

error: Content is protected !!