ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ରାଉରକେଲା ୧୦/୫. ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ରବିବାର ସନ୍ଧ୍ୟାରେ ଉଦିତନଗର ବାବା ସାହେବ ଆମ୍ବେଦକର ଛକରେ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ୨୦୨୩ ମସିହାରେ ସଂସଦରେ ଗୃହୀତ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ମହିଳା ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ।ରାଉରକେଲା ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସହଯୋଗରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ମହିଳା ନେତ୍ରୀ ଏବଂ କର୍ମୀମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସଂସଦରେ ଗୃହୀତ ହେବା ସତ୍ତ୍ୱେ ମହିଳା ବିଲ୍ କାର୍ଯ୍ୟକାରୀ ନ ହେବା ମହିଳା ଅଧିକାର ପ୍ରତି ଅବହେଳାକୁ ଦର୍ଶାଉଛି। ରାଜନୀତିରେ ମହିଳାମାନଙ୍କର ନ୍ୟାର୍ଯ୍ୟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି ଦୋହରାଇଥିଲେ।

ରାଉରକେଲା ଡିସିସି ସଭାପତି ସବିର ହୁସେନଙ୍କ ସମେତ ଅନେକ କଂଗ୍ରେସ ପଦାଧିକାରୀ ଏବଂ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶୋଭାଯାତ୍ରା ସମୟରେ ମହିଳା ସଶକ୍ତିକରଣ ଏବଂ ସମାନ ଅଧିକାର ସମର୍ଥନରେ ସ୍ଲୋଗାନ ଦିଆଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଳା ରେ ମଣ୍ଡି ସମସ୍ୟା ତଥା ଗରିବ ଓ କୃଷକ ବିରୋଧୀ କେନ୍ଦ୍ର ବଜେଟ ବିରୁଦ୍ଧରେ ଯୁବ କଂଗ୍ରେସର‌ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ବିଜେପିର ୧ ନମ୍ବର ଜୋନର କାର୍ଯ୍ଯ କାରିଣୀ ବୈଠକ

Sunil Chandra Nayak

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

Leave a Comment

error: Content is protected !!